କ୍ୟାଫେ କଫି ଡେ’ ମାଲିକ ନିଖୋଜ

Get real time updates directly on you device, subscribe now.

ବେଙ୍ଗାଲୁରୁ: କ୍ୟାଫେ କଫି ଡେ’(ସିସିଡି) ପ୍ରତିଷ୍ଠାତା ଭି. ଜି. ସିଦ୍ଧାର୍ଥଙ୍କ ପତା ମିଳୁନାହିଁ । ସୋମବାର ସନ୍ଧ୍ୟାରୁ ସେ ମାଙ୍ଗାଲୁରୁରୁ ନିଖୋଜ ହୋଇଯାଇଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରିଷ୍ଣାଙ୍କ ଜ୍ୱାଇଁ ସିଦ୍ଧାର୍ଥ ଏକ ସୁଇସାଇଡ୍ ଲେଟର ଛାଡ଼ିଯାଇଛନ୍ତି । ଏହାକୁ ଆଧାର କରି ପୋଲିସ ଆଶଙ୍କା କରୁଛି ଯେ, ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି । ଏହି ଖବର ପ୍ରସାରଣ ହେବା କ୍ଷଣି ସମ୍ପୂର୍ଣ୍ଣ କର୍ପୋରେଟ୍ ଏବଂ ସେୟାର ବଜାର ଏକ ପ୍ରକାର ଆଚମ୍ବିତ । ସିସିଡି ଉପରେ ୭୦୦୦ କୋଟି ଟଙ୍କାର ଋଣ ବୋଝ ଥିବାବେଳେ ଆଇଟି ରେଡ୍କୁ ନେଇ ସେ ଚିନ୍ତିତ ଥିଲେ । ଏହି କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଜୁଲାଇ ୨୯ରେ ସେ ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ଯାଉଥିବାବେଳେ ନେତ୍ରାବତି ନଦୀ ପୋଲ ଉପରେ ନିଜ ଇନୋଭାରୁ ଓହ୍ଲାଇଥିଲେ । ଡ୍ରାଇଭରକୁ କହିଲେ ସେ କିଛି ସମୟ ସେଠାରେ ବୁଲିବାକୁ ଚାହୁଁଛନ୍ତି । ଗାଡ଼ିକୁ ଆଗରେ ପାର୍କ କରିବା ପାଇଁ ଡ୍ରାଇଭରଙ୍କୁ କହି ସେ ଚାଲିଗଲେ । ସମୟ ଗଡ଼ି ଚାଲିଲା । କିନ୍ତୁ ସିଦ୍ଧାର୍ଥ ଫେରିଲେ ନାହିଁ । ଅଧିକ ସମୟ ବିତିଯିବା ଯୋଗୁ ଅସ୍ତବ୍ୟସ୍ତ ହୋଇ ଡ୍ରାଇଭର ଜଣକ ଚାରିଆଡେ ଖୋଜିଚାଲିଲେ । କିନ୍ତୁ ସିଦ୍ଧାର୍ଥଙ୍କୁ ପାଇଲେ ନାହିଁ । ଏହା ପରେ ସେ ସିଦ୍ଧାର୍ଥଙ୍କ ପରିବାର ବର୍ଗଙ୍କୁ ଏ ନେଇ ସୂଚିତ କରାଇଥିଲେ । ପୁଲିସ ଆଶଙ୍କା କରୁଛି ମାନସିକ ବିଶାଦରେ ଥିବା ସିଦ୍ଧାର୍ଥ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି । ଏବେ ତଲାସି ଅଭିଯାନ ଜାରି ରହିଛି । ସୂଚନାଯୋଗ୍ୟ, ମାଇଣ୍ଡ୍ଟ୍ରି ସେୟାର ବିକ୍ରିକୁ ନେଇ ସେ ଇତି ମଧ୍ୟରେ ଚର୍ଚ୍ଚାରେ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons