କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମୋହର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୃଷି ଓ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ । ରାଜ୍ୟ କ୍ୟାବିନେଟ ଆଜି ୧୬ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି । ତେବେ ସର୍ବାଧିକ ଅନୁଦାନ ଦିଆଯାଇଛି କୃଷି, ପାନୀୟଜଳ ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରକୁ । ୭ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ୧୪୮୫ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛି କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁÂିତ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଯାଜପୁର ଜିଲ୍ଲାର କୋରେଇ, ଯାଜପୁର, ରସୁଲପୁର ଓ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ୫୩ଟି ପଞ୍ଚାୟତର ୨୮୦ଟି ଗାଁ ପାଇଁ ୨୪୬ ଲକ୍ଷ ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏଥିରେ ୩ ଲକ୍ଷ ୨୩ ହଜାର ଲୋକେ ଉପକୃତ ହେବେ ।
କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୨୨୮ କୋଟି ଟଙ୍କାର ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏଥିରେ ଜିଲ୍ଲାର ୬୫ଟି ପଞ୍ଚାୟତ ଅନ୍ତର୍ଗତ ୨୭୪ଟି ଗାଁର ୨,୭୪,୮୩୬ ଲୋକେ ଉପକୃତ ହେବେ । ଆଳି ବ୍ଲକର ୧୨୨ଟି ଗାଁ, ରାଜକନିକାର ୧୪୫ଟି ଗାଁ, ପଟ୍ଟାମୁଣ୍ଡାଇର ୫ଟି ଗାଁ ଓ ରାଜନଗରର ଦୁଇଟି ଗାଁ ଲୋକେ ଏହାର ସୁବିଧା ପାଇବେ ।
ଖୋର୍ଦ୍ଧା ଜିଲ୍ଲା ପାଇଁ ୩୪୮ କୋଟି ଟଙ୍କାର ଦୁଇଟି ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର ହୋଇଛି । ଜିଲ୍ଲାର ୬ଟି ବ୍ଲକ ଅଧୀନସ୍ଥ ୫୦୫ଟି ଗାଁର ୪ ଲକ୍ଷ ୯୭ ହଜାର ଲୋକେ ଏହି ଯୋଜନାରେ ବିଶୁଦ୍ଧ ପିଇବା ପାଣି ପାଇବେ । ବାଣପୁର ବ୍ଲକର ୯୩ଟି ଗାଁ, ଚିଲିକାର ୧୨୨ଟି ଗାଁ, ଟାଙ୍ଗୀର ୪୮ଟି, ବେଗୁନିଆର ୩୫ଟି, ଜଟଣୀ ବ୍ଲକର ୯୦ଟି, ଖୋର୍ଦ୍ଧା ବ୍ଲକର ୧୧୭ଟି ଗାଁ ଲୋକେ ଉପକୃତ ହେବେ ।
ଢେଙ୍କାନାଳ ଜିଲ୍ଲା ପାଇଁ ୨୯୬ କୋଟିର ୨ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏଥିରେ ଗଁଦିଆ ବ୍ଲକର ୧୬୬ଟି ଗାଁ, ସଦର ବ୍ଲକର ୪୧ଟି, ଭୁବନ ବ୍ଲକର ୧୦୭ଟି , କାମାକ୍ଷନଗରର ୪୮ଟି ଗାଁର ପ୍ରାୟ ୪୩ ହଜାର ଲୋକେ ସୁବିଧା ପାଇବେ ।
ସମ୍ବଲପୁର ଓ ଝାରସୁଡ଼ା ଜିଲ୍ଲା ପାଇଁ ୧୮୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସମ୍ବଲପୁର ଜିଲ୍ଲାର ଧାନକଉଡ଼ା, ମାନେଶ୍ୱର, ଯୁଯୁମରା, ଯମନକିରା, ରେଙ୍ଗାଳି ବ୍ଲକର ୧୩୮ଟି ଗାଁର ୧.୩୮ ଲକ୍ଷ ଲୋକେ ଉପକୃତ ହେବେ । ସେହିପରି ଏ ପ୍ରକଳ୍ପରେ ଝାରସୁଗୁଡ଼ା ବ୍ଲକର ୬ଟି ଗାଁର ୫ ହଜାର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ ।
କଳାହାଣ୍ଡି ଜିଲ୍ଲା ପାଇଁ ୧୭୭ କୋଟି ଟଙ୍କାର ଗୋଟିଏ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏଥିରେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୮ଟି ପଞ୍ଚାୟତର ୧ ଲକ୍ଷ ୩୦ ହଜାର ଲୋକେ ଉପକୃତ ହେବେ । ଏ ସମସ୍ତ ପାନୀୟ ଜଳ ପ୍ରକଳ୍ପ କାମ ୨ ବର୍ଷରେ ସରିବ ।
ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲ୍ ଅଧୀନରେ ଏମ୍ସ ସାଟେଲାଇଟ୍ ସେଣ୍ଟର ନିର୍ମାଣ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ । ରେମୁଣା ତହସିଲର ସମଲପୁର ଗ୍ରାମରେ ୧୨ ଏକର ଓ ବାମପଦା ଗାଁରେ ୧୨ ଏକରରୁ ଅଧିକ ଜମି ରହିଛି । ଏହି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମାଗଣାରେ ଦିଆଯିବ ।
ରାଜ୍ୟ ବିହନ ନିଗମକୁ ୬୦ କୋଟି ବଦଳରେ ଏଣିକି ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ । ଏହାସହ ମାର୍କଫେଡକୁ ୯୦ କୋଟି ଏବଂ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନକୁ ୧୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଫଳରେ ଚାଷୀମାନେ ଉନ୍ନତମାନର ବିହନ ଓ ରାସାୟନିକ ସାର ପାଇ ପାରିବେ । କୃଷି ଉପôାଦନ ବଢ଼ିବ ।
ଓଡ଼ିଶା ଅବକାରୀ ସେବା କ୍ୟାଡରକୁ ପୁର୍ନଗଠନ କରାଯାଇଛି । ଏହି ଅନୁଯାୟୀ ୩୦୪ଟି ନୂଆ ପଦବି ସୃଷ୍ଟି ହେବ । ଏଥିରେ କନଷ୍ଟେବଳଠାରୁ ଅତିରିକ୍ତ କମିଶନରଙ୍କ ପର୍ଯ୍ୟନ୍ତ ନୂଆ ପଦବି ସୃଷ୍ଟି ହେବ । ଉପଅଧୀକ୍ଷକ ସ୍ତରରେ ମୋଟ ପଦବିର ୪୦ଧ ପଦବି ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ହେବ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ କରି ଭୁବନେଶ୍ୱର ଓ ରାଉରକେଲାରେ ଦୁଇଟି ନୂତନ ଅବକାରୀ ଜିଲ୍ଲା ଗଠନ କରାଯାଇଛି । ୪ଟି ଅମଲା ପଦବି ସୃଷ୍ଟି ହୋଇଛି । ତିହିଡି, ବାଲିଆପାଳ, ଭୁବନ, ବେଗୁନିଆ, ପାନପୋଷରେ ନୂତନ ଅବକାରୀ ଥାନା ପ୍ରତିÂା ହେବ । ଅବକାରୀ କମିଶନର କାର୍ଯ୍ୟାଳୟକୁ ରାଜସ୍ୱ ବୋର୍ଡରୁ ପୃଥକ କରାଯାଇଛି । ଏଣିକି ଅବକାରୀ ନିଦେ୍ର୍ଧଶାଳୟ ରୂପେ କାର୍ଯ୍ୟ କରିବ । ଏ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି ।
କ୍ୟାବିନେଟ ଅନୁମୋଦନ ପରେ ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ୱାରା ଉପସ୍ଥାପିତ ୨୦୧୯ ବର୍ଷର ରିପୋର୍ଟ ଉପସ୍ଥାପନ କରାଯିବ ।
ପାରାଦୀପରେ ପେଟ୍ରୋ କେମିକାଲ ସ୍ଥାପନ କରାଯାଉଥିବାବେଳେ ବିଦୁ୍ୟତ ଚାହିଦା ପୂରଣ ପାଇଁ ଓପିଟିସିଏଲ୍ ୬୩୭ କୋଟି ଟଙ୍କା ବ୍ୟୟରେ ବୃହତ୍ ବିଦୁ୍ୟତ ଭିତ୍ତିଭୂମି ପ୍ରକଳଳ୍ପ ସ୍ଥାପନ କରିବ । ଏହାର ୩୦ଧ ଖର୍ଚ୍ଚ (୧୯୧ କୋଟି ଟଙ୍କା) ରାଜ୍ୟ ବହନ କରିବ । ଏ ପ୍ରସ୍ତାବକୁ ମୋହର ଦେଇଛି କ୍ୟାବିନେଟ । ୩ ବର୍ଷରେ ସବଷ୍ଟେସନ କାମ ସରିବ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧିନରେ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଏହି ନିୟମ ଅଧୀନରେ ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବି ସୃଷ୍ଟି କରାଯାଇଛି । ଏହି କେନ୍ଦ୍ରରେ ବର୍ତ୍ତମାନ କାର୍ଯ୍ୟରତ ୩୭ଜଣ ପୁନର୍ବାସ କର୍ମଚାରୀଙ୍କୁ ମଧ୍ୟ ନୂଆ କ୍ୟାଡରରେ ଅନ୍ତର୍ଭୁକ୍ତ କରାଯାଇଛି ।
ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ ସଂଶୋଧନ ପ୍ରସ୍ତାବ ମଧ୍ୟ ମଞ୍ଜୁର ହୋଇଛି । ଏଣିକି ଲୋକାୟୁକ୍ତର ଅଧ୍ୟକ୍ଷ ଓ ସଦସ୍ୟମାନେ ସେମାନଙ୍କ କାର୍ଯ୍ୟକାଳ ପରେ ରାଜ୍ୟ ବାହାରେ ପୁନଃ ନିଯୁକ୍ତି ବା ଅବସ୍ଥାପନରେ ଥିବା ସମସ୍ୟା ଦୂର ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons