ଭଦ୍ରକ, (ବି.ବି.ନୁ୍ୟଜ): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଶନିବାର କ୍ରାଇମ୍ବ୍ରାଞ୍ଚର ୩ ଜଣିଆ ଟିମ ଭଦ୍ରକ ଉପକାରାଗାରରେ ପହଞ୍ଚିଥିଲା । କୋର୍ଟଙ୍କ ଅନୁମତି କ୍ରମେ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଦୀର୍ଘ ୭ଘଣ୍ଟା ଧରି ଜେରା କରିଥିଲେ । ଉପକାରାଗାରର ଏକ ସ୍ୱତନ୍ତ୍ର କୋଠରୀରେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁ, ଶରତ ସାହୁ ଓ ନରେନ୍ଦ୍ର ବେହେରା ଏହି ୨ଜଣଙ୍କୁ ଜେରା କରିଥିଲେ । ଜେରା ସମୟରେ ଜେଲ ଅଧିକାରୀ, କର୍ମଚାରୀଙ୍କୁ ମଧ୍ୟ ଉକ୍ତ କୋଠରୀକୁ ଛଡ଼ାଯାଇ ନଥିଲା ।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉଭୟଙ୍କୁ ପ୍ରଥମେ ପୃଥକ ଜେରା କରାଯାଇଥିବାବେଳେ ସେମାନଙ୍କୁ ପରେ ମୁହାଁମୁହିଁ ବସାଇ ଜେରା କରାଯାଇଥିଲା । ଜେରା ସମୟରେ କି ପ୍ରଶ୍ନ କରାଯାଇଥିଲା, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ କିଛି କହିନଥିବାବେଳେ ମାନସ ଅପହରଣଠାରୁ ଆରମ୍ଭ କରି ତାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଶର୍ମିÂାଙ୍କ ସହ ସେମାନଙ୍କ ସମ୍ପର୍କ, ମେମୋରି ଚିପ୍ସ, ଆଶ୍ରମ ସମ୍ପର୍କରେ ବହୁ ପ୍ରଶ୍ନ କରାଯାଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପୁଲିସ ୬ଜଣଙ୍କୁ ଗିରଫ କରିଥିବାବେଳେ କ୍ରାଇମବ୍ରାଞ୍ଚ ଶର୍ମିÂା, ଝୁନାଙ୍କୁ ଗିରଫ କରିଥିଲା । ଚାନ୍ଦବାଲି ପୁଲିସ ଉଭୟ ବିବେକ, ଭାଗ୍ୟଧରଙ୍କୁ ମାର୍ଚ୍ଚ ମାସରେ ଗିରଫ କରି ଗତ ୧୩ ତାରିଖ କୋର୍ଟ ଚାଲାଣ କରିଥିଲା । ସେହିଦିନ ଠାରୁ ଉଭୟ ଭଦ୍ରକ ଉପକାରାଗାରରେ ବିଚାରାଧୀନ କଏଦି ଭାବରେ ରହିଛନ୍ତି ।
1 Comment
Comments are closed, but trackbacks and pingbacks are open.


nudespics online
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ :ଭଦ୍ରକ ଉପକାରାଗାରରେ କ୍ରାଇମବ୍ରାଞ୍ଚ ଟିମ୍ – Biswabijayee News Odisha