ଅଧିକାଂଶ ଭିଟାମିନ୍ ଔଷଧ ହୃଦ୍ରୋଗ ଆଶଙ୍କା ବଢ଼ାଇପାରେ । ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । କ୍ୟାଲସିୟମ୍ ଓ ଭିଟାମିନ୍-ଡି’ଯୁକ୍ତ ନିର୍ଦ୍ଦିଷ୍ଟ ପ୍ରକାର ଔଷଧର ନିୟମିତ ବ୍ୟବହାର ଓ ହୃଦ୍ଘାତ ଆଶଙ୍କା ବୃଦ୍ଧି ମଧ୍ୟରେ ସମ୍ପର୍କ ଏହି ଅଧ୍ୟୟନ ଚିହ୍ନଟ କରିଛି । ଏହି ସମ୍ପର୍କ ଦ୍ୱାରା ଧମନୀରେ ଛୋଟ ପଟି ଜମାହୁଏ । ମଧ୍ୟ ବୟସ୍କ ଓ ବୟସ୍କ ବ୍ୟକ୍ତିଙ୍କ ହାଡ଼ ଶକ୍ତ ଓ ସୁରକ୍ଷା ଲାଗି ଭିଟାମିନ୍ ଔଷଧ ବଜାରରେ ଉପଲବ୍ଧ । କିନ୍ତୁ ଏହି ବୟସରେ ସେମାନଙ୍କୁ ଷ୍ଟ୍ରୋକ୍ ଆଶଙ୍କା ଅଧିକ । ଇଂଲଣ୍ଡର ପ୍ରାୟ ୪୫ ପ୍ରତିଶତ ବୟସ୍କ ଏ ପ୍ରକାର ଭିଟାମିନ୍ ଔଷଧ ସବୁଦିନ ବ୍ୟବହାର କରୁଥିବା ଗବେଷଣାରେ ଆକଳନ କରାଯାଇଛି । କ୍ୟାଲସିୟମ୍ ଓ ଭିଟାମିନ୍-ଡି’ର ମିଶ୍ରଣରୁ ହୃଦ୍ଘାତ ଆଶଙ୍କା ୧୭ ପ୍ରତିଶତ ବଢ଼ିଥିବା ଗବେଷଣାରୁ ଜଣାପଡ଼ିଲା । ଗବେଷଣାରେ ୧୬ଟି ଭିନ୍ନ ଭିନ୍ନ ଭିଟାମିନ୍ ଔଷଧ ଓ ୮ ପ୍ରକାର ଖାଦ୍ୟ ଉପରେ ଫୋକସ୍ କରାଯାଇଥିଲା । ବୟସ୍କଙ୍କ ମୃତ୍ୟୁହାର ଓ ହୃଦ୍ରୋଗ ଉପରେ ଏସବୁର ସମ୍ପର୍କ ଯାଞ୍ଚ କରାଯାଇଥିଲା । ତେବେ ଅନ୍ୟ ଭିଟାମିନ୍ ଔଷଧର ମୃତ୍ୟୁହାର ଓ ହୃଦ୍ରୋଗ ଉପରେ ସେଭଳି ଗୁରୁତ୍ୱପୂଣ୍ଣ ର୍ ପ୍ରଭାବ ଜଣାପଡ଼ିନାହିଁ । ଲୁଣ କମାଇବା ସହିତ ତେଲଯୁକ୍ତ ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍କୁ ଭୋଜନରେ ସାମିଲ କରିବା ଦ୍ୱାରା ହୃଦ୍ରୋଗରୁ କିଛି ମାତ୍ରାରେ ସୁରକ୍ଷା ମିଳିପାରେ । ଫଲିକ୍ ଏସିଡ୍ ମଧ୍ୟ ଷ୍ଟ୍ରୋକ୍ରୁ ରକ୍ଷା କରିପାରେ ।
Comments are closed, but trackbacks and pingbacks are open.