କ୍ୟୁଆର୍ସାମ୍ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ପ୍ରତିରକ୍ଷା କ୍ଷେତ୍ରରେ ଆଜି ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର(ଆଇଟିଆର୍)ରୁ କୁଇକ୍ ରିଆକ୍ସନ ସର୍ଫେସ୍ ଟୁ ଏୟାର ମିଶାଇଲ(କ୍ୟୁଆରସାମ୍)ର ସଫଳ ପରୀକ୍ଷଣ ହୋଇଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ରବିବାର କ୍ରମାଗତ ୨ଥର ପରୀକ୍ଷଣ କରାଯାଇଥିଲା । ଆଇଟିଆର୍ର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଏହାକୁ ଉତ୍କ୍ଷେପଣ କରାଯାଇଥିଲା । ପ୍ରଥମ ପରୀକ୍ଷଣ ପୂର୍ବାହ୍ନ ୧୧ଟା ଓ ଦ୍ୱିତୀୟ ପରୀକ୍ଷଣ ଅପରାହ୍ନ ୩ଟା ୩୦ ମିନିଟ୍ରେ ହୋଇଥିଲା । ଏଥିସହ ଭାରତ କ୍ରମାଗତ ଦ୍ୱିତୀୟଥର ପାଇଁ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ସଫଳ ପରୀକ୍ଷଣ କରିବାରେ ସକ୍ଷମ ହୋଇଛି । ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ୨୬ରେ ଏହାର ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଥିଲା ।
ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୩୦ କି.ମି । ଏଥିରେ କଠିନ ଇନ୍ଧନକୁ ବ୍ୟବହାର କରାଯାଇ ପାରିବ । ସବୁ ପାଗ, ସବୁ ଦିଗକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ସେନା ବାହିନୀରେ ବ୍ୟବହାର କରାଯାଇ ପାରିବ । ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣର ୨ ମାସ ପରେ ଭାରତକୁ ଏହି ସଫଳତା ମିଳିଛି । ପରୀକ୍ଷଣ ସମୟରେ ଆଇଟିଆର୍ ଓ ଡିଆର୍ଡିଓର ସମସ୍ତ ଉଚ୍ଛ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons