‘କ୍ୱାଥା’ ନାୟିକାକ୍ୟାଟ୍ରିନା କୈଫ୍ଙ୍କ ପରେ ଭଉଣୀ ଇସାବେଲ କୈଫ୍ ସିନେ ଦୁନିଆରେ ଏଣ୍ଟ୍ରି କରିବା କଥା ବେଶ କିଛି ଦିନରୁ ଚର୍ଚ୍ଚା ହେଉଥିଲା ବି-ଟାଉନ୍ରେ । ଏବେ ଏହା ସତ ହୋଇଛି । ଖୁବ୍ଶୀଘ୍ର ଇସାବେଲ ସାମିଲ ହେବେ ବଲିଉଡ୍ ନାୟିକାଙ୍କ ତାଲିକାରେ । ପ୍ରଥମ ଫିଲ୍ମରେ ସଲମାନ ଖାନ୍ଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପୋଜିଟ୍ରେ ସେ ସ୍କ୍ରିନ୍ ଶେୟାର କରିବେ । ଫିଲ୍ମର ଟାଇଟଲ୍ ‘କ୍ୱାଥା’ । କରଣ ଲଲିତ ଭୁଟାନି ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ରୋମାଞ୍ଚ ଧର୍ମୀ ଏହି ଫିଲ୍ମଟି ଭାରତୀୟ ଆର୍ମିର ଏକ ସତ ଘଟଣା ଉପରେ ଆଧାରିତ । ଭାରତ ଓ ମ୍ୟାମାର ସୀମା ସ୍ଥିତ ଏକ ଗାଁର ନାଁ କ୍ୱାଥା । ସତ ଘଟଣା ଉପରେ ପର୍ଯ୍ୟବେସିତ ହେଲେ ହେଁ, ଫିଲ୍ମଟି ଅଣପାରମ୍ପରିକ । ତେଣୁ ଆୟୁଷ ଓ ଇସାବେଲ ଏହି କାହାଣୀ ପାଇଁ ପରଫେକ୍ଟ ବୋଲି ନିର୍ଦ୍ଦେଶକ ଭୁଟାନି କହିଛନ୍ତି । କ୍ୱାଥା ବିଷୟରେ ପ୍ରଥମେ ଶୁଣିବା ପରେ ଫିଲ୍ମ ଟିମ୍ ଅନୁଭବ କଲେ ଯେ ଏହା ଭିନ୍ନ ସ୍ୱାଦର, ଯାହା ଭାରତୀୟ ଆର୍ମିର ହୃଦୟକୁ ବଣ୍ଣ ର୍ନା କରିବ ବୋଲି ପ୍ରଯୋଜକ ଆଦିତ୍ୟ ଯୋଶୀ କହନ୍ତି । ଗତ ବର୍ଷ ଫିଲ୍ମ ‘ଲଭ୍ରାତ୍ରି’ ମାଧ୍ୟମରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଆୟୁଷ ଏହି ଫିଲ୍ମରେ ଜଣେ ଆର୍ମି ଅଫିସର ଭୂମିକା ନିର୍ବାହ କରିଛନ୍ତି । ଏହି ଲୁକ୍ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ଇସାବେଲ ନ୍ୟୁୟର୍କ ସ୍ଥିତ ଅଭିନୟ ସ୍କୁଲ ଲି ଷ୍ଟ୍ରାସ୍ବର୍ଗ ଥିଏଟର ଆଣ୍ଡ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ରେ ଦୀର୍ଘ ୪ ବର୍ଷ ଟ୍ରେନିଂ ନେଇଛନ୍ତି । ତେବେ ‘କ୍ୱାଥା’ରେ ତାଙ୍କ ଚରିତ୍ରକୁ ନେଇ ଫିଲ୍ମମେକର କିଛି ତଥ୍ୟ ଦେଇନାହାନ୍ତି । ଏବେ ଉଭୟ ଆୟୁଷ ଓ ଇସାବେଲ ଫିଲ୍ମ ପାଇଁ କଡ଼ା ପ୍ରସ୍ତୁତି ଚଳାଇଛନ୍ତି । ଏ ନେଇ ଅଧିକ ଗବେଷଣା ଲାଗି ସେମାନେ ଉତ୍ତର-ପୂର୍ବ ଅଞ୍ଚଳ ଭ୍ରମଣରେ ଯିବେ । ଆସନ୍ତା ସେପ୍ଟେମ୍ବରରେ ‘କ୍ୱାଥା’ ଫ୍ଲୋର୍କୁ ଓହ୍ଲାଇବ । ଆସନ୍ତା ବର୍ଷ ରିଲିଜ୍ ହେବ ।
Comments are closed, but trackbacks and pingbacks are open.