କ୍ୱାରେଣ୍ଟାଇନରେ ରହିବେ ୧୪ ପୁଲିସ କର୍ମଚାରୀ

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମନରେ ପଶିଛି ଛନକା । ଜନୈକ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜେଲ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଭିଯୁକ୍ତର ସ୍ୱାବ୍ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛି । ତେଣୁ ତା ସଂସ୍ପର୍ଶରେ ଆସିଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧିକାରୀଙ୍କ ସମେତ ଥାନା ଓ ସାତପଡ଼ା ଫାଣ୍ଡିର ସମସ୍ତ ୧୪ ପୁଲିସ କର୍ମଚାରୀମାନଙ୍କର ସ୍ୱାବ୍ ପରୀକ୍ଷା ହେବ ଏବଂ ସେମାନେ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି ।
ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ କହିଛନ୍ତି ଯେ, ୨ଟି ମୋବାଇଲ୍ ଓ ସୁନା ମୁଦି ଚୋରି ମାମଲାରେ ଗତ ୧୧ ତାରିଖରେ ବ୍ରହ୍ମଗିରି ଥାନା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁର ଗାଁର ଜଣେ ଯୁବକଙ୍କୁ ଗିରଫ କରାଯାଇ ତାକୁ ପ୍ରଥମେ ସାତପଡ଼ା ଫାଣ୍ଡି ଓ ପରେ ବ୍ରହ୍ମଗିରି ଥାନାରେ ରଖାଯାଇଥିଲା । ପରେ ତା’ଠାରୁ ମୋବାଇଲ୍ ଓ ସୁନାମୁଦି ଜବତ ହୋଇଥିଲା । ଅଭିଯୁକ୍ତକୁ ପୁରୀ ଜେଲ ହାଜତକୁ ପଠାଯିବା ପରେ ସେଠାରେ ତା’ର ସ୍ୱାବ୍ ଟେଷ୍ଟ କରାଯିବାରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ତେଣୁ ରବିବାର ଥାନା ଅଧିକାରୀଙ୍କ ସମେତ ବ୍ରହ୍ମଗିରି ଓ ସାତପଡା ଫାଣ୍ଡିର ୧୪ ଜଣ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବା ସହିତ ସେମାନେ କ୍ୱାରେଣ୍ଟାଇନ୍କୁ ଯିବେ । ଏହା ସହ ତୁରନ୍ତ ଥାନା ବିଶୋଧନ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଶତପଥୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons