କ୍ୱାରେଣ୍ଟାଇନ୍ରେ ଗଲେ ୩୭୨ ଅଗ୍ନିଶମ କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍ରେ ଗଲେ ଓଡ଼ିଶା ଅଗ୍ନିଶମ ବିଭାଗର ୩୭୨ କର୍ମଚାରୀ । ସମସ୍ତଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । କୃପାଜଳ ଇଞ୍ଜିନିୟରିଂ କ୍ୟାମ୍ପସ ଏବଂ ରେଭିନୁ୍ୟ ଅଫିସର୍ସ ଟ୍ରେନିଂ ଇନଷ୍ଟିଚୁ୍ୟଟ୍ରେ ହୋଇଥିବା ଟିଏମ୍ସିରେ ସେମାନଙ୍କୁ ରଖାଯାଇଛି । ସମସ୍ତ ସଦସ୍ୟଙ୍କ କୋଭିଡ଼-୧୯ ଟେଷ୍ଟ କରାଯିବ ବୋଲି ଜଣାଯାଇଛି । ବାତ୍ୟା ଅମ୍ଫାନ କ୍ଷୟକ୍ଷତି ପରେଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ ସଦସ୍ୟ । ବିଧ୍ୱସ୍ତ ହୋଇପଡିଥିବା କୋଲକାତା ଓ ଆଖପାଖ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା । ଗତ ୨୪ ତାରିଖରେ ଏହି ଟିମ୍ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି । ଓଡ଼ିଶାରୁ ଯାଇଥିବା ଅଗ୍ନିଶମ ଟିମ୍ ୨୫୫୦ ଗଛ କାଟି ସଫା କରିବା ସହ ରାସ୍ତାରେବାଧକ ସାଜିଥିବା ୭୧୭ ଟି ବିଦୁ୍ୟତ୍ ଖୁଣ୍ଟ ବାହାର କରି ରାସ୍ତା ସଫା କରିଥିଲେ । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେଠାକାର ନଗର ଉନ୍ନୟନ ମନ୍ତ୍ରୀ ଏବଂ କୋଲକାତା ମେୟର ଓଡ଼ିଶା ଅଗ୍ନିଶମ ବାହିନୀର ଏହି ଟିମ୍ର ଉଚ୍ଚ ପ୍ରଶଂସା କରିବା ସହ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons