ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜନୈକ ପ୍ରବାସୀ ଓଡ଼ିଆ ବିଧବା ମହିଳା ଶ୍ରମିକଙ୍କ ମୃତୁ୍ୟ ହୋଇଛି । ସିନାପାଲି ବ୍ଲକ ଖସ୍ରେଲ ଗାଁର ମଦନା ମାଝୀ ବୋଲି ଜଣା ପଡିଛି । ମଦନା ମାଝୀ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ସେ ଗତ ୧୩ ତାରିଖରେ ତାମିଲନାଡୁରୁ ଫେରି ଲିଟିଗୁଡ଼ା ଟିଏମ୍ସିରେ ରହୁଥିଲେ । ଗତକାଲି ଗଳା ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଟି,ମ୍ସି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିନାପାଲି ଡାକ୍ତରଖାନା ଓ ପରେ ଖଡିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖଡିଆଳ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସିନାପାଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ମୃତୁ୍ୟର କାରଣ ଜଣା ପଡି ନାହିଁ ।
Comments are closed, but trackbacks and pingbacks are open.