ବରଗଡ଼,(ବି.ବି.ନୁ୍ୟଜ୍): ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ଖଟିଆରେ ବୋହି ପରିବାର ଲୋକେ ଅଧାବାଟରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ନେଲେ । ହେଲେ ଡାକ୍ତରଖାନରେ ନେବା ବାଟରେ ଚାଲିଗଲା ଜୀବନ । ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କଣ୍ଟାତଲ ଗାଁରେ । ମିଳିଥିବା ସୂଚନା ଅନୁସାରେ, ଗତକାଲି କଣ୍ଟାତଲ ଗାଁର ସେନାପତି ଝାଙ୍କର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପୂର୍ବରୁ ସେ କିଡନୀଜନିତ ରୋଗରେ ଆକ୍ରାନ୍ତ ଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ କଣ୍ଟାତଲ ଗାଁରୁ ପତ୍ରାପାଲି ଗାଁକୁ ସଂଯୋଗ କରୁତôବା ଦେଢ଼ କିଲୋମିଟର ରାସ୍ତା ଖରାପ ଥିଲା । ଯାହାଫଳରେ ଆମ୍ବୁଲାନ୍ସ ଗାଁକୁ ଆସିାପରି ନ ପାରିବ ପତ୍ରାପାଲି ନିକଟରେ ଅଟକି ରହିଥିଲା । ଶେଷରେ ପରିବାର ଲୋକେ ସେନାପତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । କିନ୍ତୁ ଆମ୍ବୁଲାନ୍ସରେ ସେନାପତିଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା ।
Comments are closed, but trackbacks and pingbacks are open.