ଖଟିଆରେ ୨କିଲୋମିଟର ବୁହାହେଲେ ପ୍ରସୂତୀ

Get real time updates directly on you device, subscribe now.

ଉଦଳା : ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସକୁ ଫୋନ୍ କରିଥିବା ବେଳେ ଆମ୍ବୁଲାନ୍ସ ଆସି ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଛିଡା ହେଲା । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ଫଳରେ ଖଟିଆରେ ଦୁଇ କିଲୋମିଟର ବୁହା ହେଲେ ପ୍ରସୂତୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ବିଦ୍ୟାଧରନଗର ପୁରୁଣାଡିହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ପୁରୁଣାଡିହି ଗ୍ରାମର ଲାଦୁରା ଡିଗିଙ୍କ ସ୍ତ୍ରୀ ମାନୀ ଡିଗିଙ୍କର ଜନନୀ ଯନ୍ତ୍ରଣା ହୋଇଥିଲା । ଆମ୍ବୁଲାନ୍ସ ଆସି ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଅଟକି ରହିଥିବା ବେଳେ ପରିବାର ଲୋକେ ଏବଂ ଆମ୍ବୁଲାନ୍ସର କର୍ମଚାରୀ ମହିଳାଙ୍କ ଘର ପାଖରୁ ଖଟିଆରେ ବୋହି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଗର୍ଭବତୀ ମହିଳା ମାନୀ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ନେଇ ଶାଳଚୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ଗ୍ରାମକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରସୂତୀଙ୍କ ଖଟିଆରେ ବୋହି ଅଣାଯାଇଥିବା କହିଛି ପ୍ରସୂତୀ ମହିଳା ଏବଂ ତାଙ୍କ ସ୍ବାମୀ । ତେବେ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons