ଖଣ୍ଡଗିରିରୁ ଜଣେ ଯୁବକଙ୍କୁ ଉଠାଇନେଲା ଏନ୍ଆଇଏ

Get real time updates directly on you device, subscribe now.

ଭୁବନେଶ୍ୱର : ଖଣ୍ଡିଗିରିରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ମିଳିଥିବା ଖବର ଅନୁଯାୟୀ, ଖଣ୍ଡଗିରି ଫେଜ୍‌-୨ରୁ ଜଣଙ୍କୁ ଉଠାଇନେଇଛି ଏନ୍ଆଇଏ। କେଉଁ ଲିଙ୍କରେ ଉଠାଇନେଇଛି , ତାହା ଅସ୍ପଷ୍ଟ ରହିଛି । ତେବେ ଏନ୍ଆଇଏ ଉଠାଇନେଇଥିବା ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କ୍ରାଇମବ୍ରାଞ୍ଚ ଓ ଏନ୍ଆଇଏ କରୁଛନ୍ତି ମିଳିତ ଜେରା କରୁଥିବାର ମଧ୍ୟ ସୂଚନା ରହିଛି ।
ଯୁବକଜଣଙ୍କ ଗ୍ରାଜୁଏସନ କରୁଥିବା ଜଣାପଡିଛି । କୌଣସି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବାର ସୂଚନା ରହିଛି । ଯାହାଫଳରେ କି ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଯୁବକଙ୍କ ନିକଟରୁ ମୋବାଇଲ ଓ ଲାପ୍‌ଟପ ମଧ୍ୟ ଜବତ କରିଥିବାର ସୂଚନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons