ଖପୁରିଆ କରତ କଳରେ ରଥ କାଠ ଚିରଟ କାର୍ଯ୍ୟ ଅନୁକୂଳ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ଆସନ୍ତା ଜୁଲାଇ ୧୨ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ କାଠ ଚିରଟ କାର୍ଯ୍ୟ ଅନୁକୂଳ ହୋଇଛି । ପବିତ୍ର ଶ୍ରୀରାମ ନବମୀ ଅବସରରେ ନୂଆପଡାସ୍ଥିତ ବନ ଉନ୍ନୟନ ନିଗମର ଖପୁରିଆ କରତ କଳରେ ବୁଧବାରଠାରୁ ଏହି କାଠ ଚିରଟ କାମ ଆରମ୍ଭ ହୋଇଛି । ପୁରୀ ମନ୍ଦିରର ନୀତି ପୂଜା ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ବରିÂ ତତ୍ୱାବଧାରକ ସୁଦର୍ଶନ ମେକାପ୍, ରଥ ଅମିନ ମହାରଣା ଲକ୍ଷ୍ମଣ ମହାପାତ୍ର, ଭୋଇ ସଦ୍ଧାର୍ର ରବି ଭୋଇ ପ୍ରମୁଖ ଠାକୁରଙ୍କ ଆଜ୍ଞାମାଳ ମହାର୍ଦ୍ଧ ଆଣି ଖପୁରିଆ କରତ କଳରେ ୪ ଟାରେ ପହଞ୍ଚô ଥିଲେ । ଅପରାହ୍ନ ପ୍ରାୟ ୪.୩୦ରେ ସଂପୂର୍ଣ କରୋନା କଟକଣା ନିୟମ ପାଳନ ପୂର୍ବକ ମହାପ୍ରଭୁଙ୍କ ରଥ କାଠ ମହାରଣା ଲକ୍ଷ୍ମଣ ମହାପାତ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କରତ କଳର ଉପଖଣ୍ଡିୟ ପରିଚାଳକ ଭାଗବତ ସାହୁ, ସ’ ମିଲ୍ ଇନ୍ଚାର୍ଜ ତ୍ରିନାଥ ସୁବୁଦ୍ଧି, ସେଲସ୍ମ୍ୟାନ୍ ଶିବ ଚରଣ ବାରିକ, ମିସ୍ତ୍ରୀ ଚକ୍ରଧର ନାଥ, ନରେଶ ସାହୁ, ବ୍ରଜ ନାଥ, ସରୋଜ କୁମାର ମହାନ୍ତି, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ରେଞ୍ଜ ଅଫିସର୍ ଦୁର୍ଗାଚରଣ ସାହୁ, ଫରେଷ୍ଟର ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ରଥ ନିର୍ମାଣ ନିମନ୍ତେ ୮ରୁ ୯ ହଜାର ଘନଫୁଟ କାଠ ଲାଗୁଥିବା ବେଳେ ଖପୁରିଆ କରତ କଳକୁ ପାଖାପାଖି ୧୨୦୦ ଘନଫୁଟ କାଠ ଆସିଥାଏ । କରତ କଳରେ ପୂର୍ବ ବର୍ଷ ୯୯ ଖଣ୍ଡ (୧୮୪୯.୬୧) ଘନଫୁଟ କାଠ ବଳକା ଥିଲା । ଏବର୍ଷ ୨୭୬ଖଣ୍ଡ (୩୪୭୪.୮୬) ଘନ ଫୁଟ କାଠ ଅଦ୍ୟାବଧି ଆସିଛି ଅର୍ଥାତ୍ ସମୁଦାୟ ୩୭୫ଖଣ୍ଡ (୫୩୨୪.୪୭) ଘନଫୁଟ କାଠ କରତକଳରେ ଗଛିତ ଅଛି । ଆଜି ପ୍ରଥମ ଦିନରେ ୧୨ଫୁଟ ଲମ୍ବର ୩ ଖଣ୍ଡ ଧଉରା କାଠ (୨୫ ଘନ ଫୁଟ) ଚିରଟ ହୋଇଥିବା ଉପଖଣ୍ଡିୟ ପରିଚାଳକ ଭାଗବତ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons