ଖରସ୍ରୋତାରେ କୁମ୍ଭୀର ଆତଙ୍କ

Get real time updates directly on you device, subscribe now.

ବରୀ,(ବି.ବି.ନୁ୍ୟଜ୍): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭଅଁରା ପଞ୍ଚାୟତ ରାଇପୁର ଘାଟରେ ଠାରେ ଆଜି ସକାଳେ ଏକ କୁମ୍ଭୀର ବୁଲୁ ଥିବା ଏକ କୁକୁଡ଼ାକୁ ଝାମ୍ପି ନେଇଥିଲା । କୁକୁଡ଼ା ମାଲିକ ଏହା ଦେଖି ଡାକ ଛାଡ଼ିବାରୁ ଗାଁ ଲୋକେ ରୁଣ୍ଡ ହୋଇଥିଲେ । ନଦୀକୂଳରେ କୁମ୍ଭୀରଟି କୁକୁଡ଼ାକୁ ଖାଇବା ପରେ କୂଳରେ ଚରୁଥିବା ଏକ ଗାଈକୁ ଆକ୍ରମଣ କରିଥିବା ଜଣାପଡ଼ିଛି । କୁମ୍ଭୀର ଭୟରେ କୌଣସି ଲୋକ ନଦୀକୁ ଯାଉନାହାନ୍ତି । ସ୍ଥାନୀୟ ବୋଦୁଅ, କୁମ୍ଭୁକା, କନ୍ତିଆ, ରାଇପୁର, ପାଳସାହି, ଭଅଁରା ଗ୍ରାମର ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଖବର ପାଇ ବିଞ୍ଝାରପୁର ବନ ଉପଖଣ୍ଡର ଅଧିକାରିଣୀ ଅନୁପମା ସାହୁ ଓ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ବୁଲି ଦେଖିଥିଲେ । ନଦୀର ବିଭିନ୍ନ ସ୍ଥାନ ବୁଲିବା ପରେ କୁମ୍ଭୀରର କୌଣସି ପତ୍ତା ପାଇନଥିଲେ । କୁମ୍ଭୀରଟି ପ୍ରାୟ ୬ଫୁଟ ଲମ୍ବର ହୋଇଥିବା ଗ୍ରାମବାସୀ କହିଛନ୍ତି । ବିପଦ ଥିବାରୁ କୌଣସି ଲୋକ ନଦୀକୁ ନପଶିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ନଦୀ କୂଳରେ ଜନବସତି ଥିବାରୁ ଲୋକ ତଥା ପଶୁପକ୍ଷୀଙ୍କ ଜୀବନ ପ୍ରତି ବିପଦ ରହିଛି । ତୁରନ୍ତ ବନ ବିଭାଗ କୁମ୍ଭୀରକୁ ଧରିବାକୁ ଗାଁ ଲୋକେ ଦାବି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons