ଖରିଫ୍ ଧାନ ସଂଗ୍ରହ ବୈଠକ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଆସନ୍ତା ଜାନୁୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ସମସ୍ତ ପଞ୍ଜୀକୃତ ଚାଷୀ ସୁରୁଖୁରୁରେ ଧାନ ବିକ୍ରୟ କରିପାରିବା ଭଳି ପଦକ୍ଷେପ ନିଆଯିବ । ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ତୃଟି ରହିବନି । କୌଣସି ସମସ୍ୟା ଦେଖା ନଦେବା ଦିଗରେ ସଜାଗ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ଆଜି ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୠୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ କହିଥିଲେ ଯେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଗତ ବର୍ଷ ଖରିଫ୍ ଧାନ ନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଚଳିତ ବର୍ଷର ଖରିଫ୍ ଧାନ ନିମନ୍ତେ ଏ ଯାବତ୍ ୧ଲକ୍ଷ ୦୩ ହଜାର ୯୦୯ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହାକି ଶତକଡା ୭୭ ପ୍ରତିଶତ । ପଞ୍ଜୀକରଣ କମ୍ ହୋଇଥିବା ବ୍ଲକ୍ରେ ୩ ଦିନ ମଧ୍ୟରେ ଶେଷ କରରଯିବ । ପଞ୍ଜୀକରଣ କରିନଥିବା ଚାଷୀଙ୍କ ରେଜିଷ୍ଟେ୍ରସନ୍ ମିଶନ୍ ମୋଡ୍ରେ କରିବାକୁ ହେବ । କୌଣସି ଚାଷୀ ପଞ୍ଜୀକରଣରୁ ବାଦ୍ ପଡିବେ ନାହିଁ । କରୋନା ପରିସ୍ଥିତିରେ କୃଷି କାର୍ଯ୍ୟକୁ ବାଦ୍ ଦେଇ ସବୁ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ସାମାଜିକ ଦୂରତ୍ୱ ବଜାୟ ରହିବ । ତେଣୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା, ବ୍ରହ୍ମପୁର ଡିଭିଜନ୍ ସମବାୟ ଉପନିବନ୍ଧକ ବିଶ୍ୱରଞ୍ଜନ ଦାଶ, ଏଆର୍ସିଏସ୍ ସୁକାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons