ଖଲିକୋଟ: ସରପଞ୍ଚଙ୍କ ଭାଇକୁ ଗୁଳିମାଡ଼

Get real time updates directly on you device, subscribe now.

ଖଲିକୋଟ, (ବି.ବି.ନୁ୍ୟଜ୍): ଖଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଖୋଜାପଲ୍ଲୀ ସରପଞ୍ଚଙ୍କ ସମ୍ପର୍କୀୟ ଭାଇ ନୀଳକଣ୍ଠ ପରିଡ଼ା । ଖଲିକୋଟ ଡାକ୍ତରଖାନାରେ ତାଙ୍କ ତଳିପେଟରୁ ଗୁଳି ବାହାର କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ଖଲିକୋଟ ଥାନା ଆଇଆଇସି ସୁନୀଲ କୁମାର ବେହେରାଙ୍କ ସୂଚନା ମୁତାବକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟା ବେଳେ ନୀଳକଣ୍ଠ ନିଜ ଘର ପାଖରେ ଠିଆ ହୋଇ ସାଙ୍ଗମାନଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ କେତେଜଣ ଦୁର୍ବୃତ୍ତ ବାଇକ୍ରେ ଆସି ହେଲ୍ମେଟ୍ ପିନ୍ଧିଥିବା ଅବସ୍ଥାରେ ନୀଳକଣ୍ଠଙ୍କ ଉପରକୁ ୨ ରାଉଣ୍ଡ୍ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ନୀଳକଣ୍ଠଙ୍କ ବାମ ପାଶ୍ୱର୍ ତଳିପେଟକୁ ବାଜିଥିବା ବେଳେ ଅନ୍ୟଟି ଲକ୍ଷ୍ୟ ଭ୍ରଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଖଲିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଗୁଳି ବାହାର କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖଲିକୋଟ ଥାନାଧିକାରୀ ସଦଳବଳେ ଗାଁରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା ଦୁର୍ବୃତ୍ତମାନଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ଏହି ଗୁଳିକାଣ୍ଡ ଯୋଜନାବଦ୍ଧ ଭାବେ ହୋଇଥିବା ସନେ୍ଦହ କରୁଛି ପୁଲିସ । ତେବେ ଏହା ପୂର୍ବ ଶତ୍ରୁତାରୁ ନା ରାଜନୈତିକ ଆକ୍ରୋଶରୁ ହୋଇଛି ସେ ନେଇ ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons