ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଣି ମୁହାଁମୁହିଁ ହୋଇଛନ୍ତି ଯବାନ ଓ ମାଓବାଦୀ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨୫ ମନିଟ୍ ଗୁଳି ବିନିମୟ ହୋଇଥିଲା । ପୁଲିସର ଗୁଳି ଚାଳନା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ପୁଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ମଙ୍ଗଳବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍ପି ବିନୀତ ଅଗ୍ରୱାଲ । ଏସ୍ପିଙ୍କ ସୂଚନା ଅନୁଯାୟୀ, ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ରବିବାର ଡିଭିଏଫ୍ ଓ ଏସ୍ଓଜି ଯବାନଙ୍କ ଏକ ଟିମ୍ ଗୋଚ୍ଛାପଡ଼ା ଥାନା ଅଧୀନ କୁମ୍ଭାହାରୁ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ଚାଲିଥିବା ବେଳେ ସୋମବାର ସକାଳେ ମାଓବାଦୀ ମାନେ ଜଙ୍ଗଲ ଭିତରେ ଥାଇ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ଯବାନଙ୍କ ତରଫରୁ ପାଲଟା ଗୁଳିଚାଳନା କରାଯାଇଥିଲା ।
ଏସ୍ପି କହିଛନ୍ତି ଯେ, ପରବର୍ତ୍ତୀ ସର୍ଚ୍ଚ ଅପରେସନ ବେଳେ ପୁଲିସକୁ ସେହି ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି । ଏଥିରେ ରହିଛି ଗୋଟିଏ ୩୦୩ ରାଇଫଲ, ଏକ ଦେଶୀ ବନ୍ଧୁକ, ଜୀବନ୍ତ ଇନ୍ସାସ ଓ ୩୦୩ ରାଇଫଲ ଗୁଳି, ମାଗାଜିନ, ବୈଦୁ୍ୟତିକ ଡିଟୋନେଟର, ପୋଷାକ, ପ୍ରଚୁର ପରିମାଣର ଔଷଧ, ରେଡିଓ, ବ୍ୟାଟେରୀ, ସୋଲାର ପ୍ୟାନେଲ, ସିଲେଇ ମେସିନ, ମାଓ ୟୁନିଫର୍ମ, ବିଦୁ୍ୟତ ତାର ଏବଂ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ମିଳିଥିବା ଔଷଧପତ୍ରରୁ କେତେକ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଏସ୍ପିଙ୍କ କହିବା ପ୍ରକାରେ ସେଠାରେ ଏକ ମାଓ କ୍ୟାମ୍ପ ଥିବା ଅନୁମାନ କରାଯାଉଛି । ସେଠାରେ ପ୍ରାୟ ୨୦ରୁ ୨୫ ମାଓବାଦୀ ରହିଥିବା ଏସ୍ପି ସୂଚନା ଦେଇଛନ୍ତି । ଏହି ଅପରେସନ୍ରେ ପୁଲିସ କୌଣସି ମାଓବାଦୀଙ୍କୁ ଧରିବାରେ ସଫଳ ହୋଇ ନ ଥିଲେ ବି ଏହି ମାଓ ଗୋÂୀକୁ କ୍ୟାଡର ନେତା ଦାସୁର ନେତୃତ୍ୱ ଦେଉଥିବା ଅନୁମାନ କରାଯାଉଛି । ତେବେ ଏଥରକ ମଧ୍ୟ ଦାସୁର ପୁଣି ଥରେ ପୁଲିସ ହାତରୁ ଖସିଯିବାରେ ସକ୍ଷମ ହୋଇଛି । ଗୋଚ୍ଛାପଡ଼ା ଥାନା ଅଧୀନ ବିଭିନ୍ନ ଜଙ୍ଗଲରେ ଗତ କିଛିଦିନ ମଧ୍ୟରେ ପୁଲିସ ଓ ଲାଲବାହିନୀ ମୁହାଁମୁହିଁ ହୋଇ ସାରିଲେଣି । ସବୁ ସ୍ଥାନରେ ମାଓ ନେତା ଦାସୁରର ଉପସ୍ଥିତି ପୁଲିସ ସନେ୍ଦହ କରୁଛି । ପୁଲିସ ହାତରେ ମାଓ ବାହିନୀ ଦ୍ୱାରା ବ୍ୟବହୃତ ସାମଗ୍ରୀ ପଡୁଥିଲେ ଜଣେ ବି ମାଓ ସଦସ୍ୟ ଧରା ପଡ଼ି ନାହାନ୍ତି । ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍ପି ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.