ସାଲେପୁର,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ସାଲେପୁର ସବ୍ଜେଲ୍ରୁ ଜଣେ ବିଚାରାଧୀନ କଏଦୀ ଖସି କଳାଇ ଯାଇଥିଲେ । ତେବେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି । ତାଙ୍କ ନାଁ ନୃସିଂହ ନାଥ । ସୂଚନା ଅନୁଯାୟୀ, ସୋମବାର ରାତିରେ ନୃସିଂହ କୌଣସି ମତେ ଜେଲ୍ରୁ ଖସି ଯାଇଥିଲେ । ଏହା ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ସାଲେପୁର ପୋଲିସକୁ ଜଣାଇଥିଲେ । ପୋଲିସ ଖୋଜାଖୋଜି କରି ସୋମବାର ରାତିରେ ହିଁ ତାଙ୍କୁ ଖଣ୍ଡଗାଁ ଅଞ୍ଚଳରୁ ଧରିଥିଲା । ଜେଲ୍ରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତେ୍ୱ ନୃସିଂହ କିପରି ଖସି ପଳାଇଥିଲେ, ତାହା ସମସ୍ତଙ୍କ ପାଇଁ ପ୍ରଶ୍ନ ହୋଇଛି ।
Comments are closed, but trackbacks and pingbacks are open.