ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଆଗରପଡ଼ା ଅଞ୍ଚଳର ପାଟକନା ଓ ରାଉତରାୟ ଗାଡ଼ିଆରେ ଦୁଇଟି ହାତୀ ବୁଲୁଛନ୍ତି । ରାତିରେ ଗାଁରେ ପଶି ତିନୋଟି ଘର ଭାଙ୍ଗି ଦେବା ସହ ବିଭିନ୍ନ ଜିନିଷ ପତ୍ର ମଧ୍ୟ ନଷ୍ଟ କରି ଦେଉଛନ୍ତ । ଏନେଇ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ବନ ବିଭାଗର ୧୦ ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସପୁରୀ, ଆମ୍ବ ଓ ପଣସ ଭଳି ଫଳ ଖାଇବା ଲାଗି ଏହି ଦୁଇଟି ହାତୀ ଗାଁକୁ ପଳାଇ ଆସିଥିବା କୁହାଯାଉଛି । ଖାଦ୍ୟ ଅନ୍ୱେଷଣରେ ସେମାନେ ହଦଗଡ଼ ଜଙ୍ଗଲରୁ ପଳାଇ ଆସିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons