କଟକ : ମଠ ମନ୍ଦିରରେ ଖୁଚୁରା ଟଙ୍କାକୁ ନେଇ ବଡ ନୋଟ୍ ଦେଲେ କମିଶନ ମିଳିବା ନାଁରେ ଠକୁଥିବା ୪ ଜଣ ଠକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏହି ଠକମାନେ ସାଧାରଣ ଲୋକଙ୍କୁ ଫୋନ କରି କୁହନ୍ତି ମଠ ମନ୍ଦିରର ୧୦ ଟଙ୍କାରୁ ୧୦୦ ଟଙ୍କାର ନୋଟ୍ ନେଇ ତାଙ୍କୁ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦେଲେ ଅଧିକ ଅର୍ଥ ଦେବାର ପ୍ରଲୋଭନ ଦେଖାଇଥାନ୍ତି । ତେବେ ଏହି ଠକଙ୍କ କଥାକୁ ବିଶ୍ବାସ କରି ଯେଉଁ ବ୍ୟକ୍ତି ରାଜି ହୁଏ ତାଙ୍କ କହିବା ମୁତାବକ ଦିନ ହୁଏ ଡିଲ୍ ।
ଠକମାନେ ବ୍ୟାଗର ଉପରେ ଭାଗରେ ୧୦୦ ଟଙ୍କିଆ ବଣ୍ଡଲ ରଖିଥିବା ବେଳେ ତଳେ କାଗଜ ଗୁଣ୍ଡ ଭର୍ତ୍ତି କରି ଆଣିଥାନ୍ତି । ତେବେ ଟଙ୍କା ବଦଳ କରିବାକୁ ରାଜି ହୋଇଥିବା ବ୍ୟକ୍ତିଙ୍କୁ ଏହି ଠକ ସେହି ବ୍ୟାଗ ଦେଇ ଟଙ୍କା ନେଇ ଚମ୍ପଟ ମାରିଥାନ୍ତି । ତେବେ ଏହି ଠକ ଗ୍ରୁପ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ଅନିଲ କୁମାର ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇଷାନ ଦାସ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।
Comments are closed, but trackbacks and pingbacks are open.