ଖୁବଶୀଘ୍ର ଗିରଫ ହେବେ ଭିମସାରରେ ମାଡ ମାରିଥିବା ଦୋଷୀ ଡାକ୍ତର

Get real time updates directly on you device, subscribe now.

ସମ୍ବଲପୁର : ବୁର୍ଲା ଭିମସାର ଗଣ୍ଡଗୋଳ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଟାନ ନେବାକୁ ଦିନ ପରେ ଦିନ ଗଡିଯାଲିଛି । ହେଲେ ମାଡ ମାରିଥିବା ଡାକ୍କର କି ଦେଖାଣାହାରୀ ପୋଲିସ ଉପରେ କାର୍ୟ୍ୟାନୁଷ୍ଠାନ ନହେବାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଖୁବଶିଘ୍ର ଗିରଫ ହେବେ ଦୋଷୀ ଡାକ୍ତର । ଆଉ ସେପଟେ ତଦନ୍ତର ଦ୍ବାହି ଦେଇ ଦିନ ଗଡାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କିନ୍ତୁ ମାଡ ଖାଇଥିବା ଲୋକଙ୍କ ପାଇଁ ନୁହେଁ ବଂର ଡାକ୍ତରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।
ଆକ୍ସନ ପାଇଁ ହାତ ଯାଉନି। କିନ୍ତୁ କଥା ଉଡୁଛି ସାଇଁସାଇଁ। ବୁର୍ଲା ଭିମସାର ଗଣ୍ଡଗୋଳ ଘଟଣାରେ ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ମାରିଥିବା ଡାକ୍ତର ବିରୋଧରେ ଆକ୍ସନ ନେବାକୁ ସ୍ବାସ୍ଥ୍ୟ ବିଭାଗ ନା ପୋଲିସ କାହାରି ହାତ ଯାଉ ନଥିବାରୁ ଏମିତି ପ୍ରଶ୍ନ ଉଠିଛି । ପୋଲିସର କାର୍ୟ୍ୟାନୁଷ୍ଠାନ ଉପରେ ଲଗାତର ପ୍ରଶ୍ନ ଉଠିବା ପରେ ଡିଆଜି କହିଛନ୍ତି ଖୁବ ଶୀଘ୍ର ଗିରଫ ହେବେ ଦୋଷୀ ଡାକ୍ତର। କେବଳ ଡାକ୍ତର ନୁହଁନ୍ତି ଗଣ୍ଡଗୋଳ ବେଳେ ଦେଖାଣାହାରି ପାଲଟିଥିବା ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଟାନ ନିଆଯିବ ।
ସେପଟେ ସ୍ବାସ୍ଥ୍ୟ ବିଭାଗ କିନ୍ତୁ ତଦନ୍ତ ରିପୋର୍ଟ ଆଳରେ ଘଟଣାକୁ ଗଡାଇ ଗଡାଇ ଚାଲିଛି । ଜଣେ ସାଧାରଣ ଲୋକ ଡାକ୍ତରଙ୍କ ଠାରୁ ମାଡ ଖାଇଥିବା ଭିଡିଓ ଗଣମାଧ୍ୟମରେ ଲଗାତରେ ଦେଖାଯାଉଛି । ହଲେ ତଦନ୍ତ ରିପୋର୍ଟ ଆଳ ଦେଖାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହୁଛନ୍ତି ମାଡ ମରାର ଭିଡିଓ ଡାକ୍ତରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଯଥେଷ୍ଟ ନୁହେଁ । କୋର୍ଟରେ ଭିଡିଓ ଗ୍ରହଣୀୟ ହେଉ ନଥିବାରୁ ବିଭାଗ ଏହା ଉପରେ ତଦନ୍ତ କରୁଛି । ତଦନ୍ତ ରିପୋର୍ଟ ଆସିଲେ ଯାହା ହେବ ।
ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୋଲିସ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହୁଥିଲେ ମଧ୍ୟ ପୀଡ଼ିତଙ୍କ ପରିବାର ଏହାକୁ ବିଶ୍ବାସକୁ ନେଇପାରୁନାହାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons