ଖୁବ୍ଶୀଘ୍ର କୋଭିଡ୍ ହସ୍ପିଟାଲରେ ଆଉ ୪ ହଜାର ବେଡ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): କରୋନା ମୁକାବିଲା ପାଇଁ ରାଜ୍ୟରେ ଥିବା କୋବିଡ୍ ହସ୍ପିଟାଲରେ ଆଉ ୪ ହଜାର ବେଡ୍ ସୃଷ୍ଟି କରାଯିବ । ଏବେ ୬ ହଜାର ବେଡ୍ ଥିବାବେଳେ ଖୁବ୍ଶୀଘ୍ର ଏହା ୧୦ ହଜାରକୁ ବୃଦ୍ଧି ହେବ ବୋଲି ଗୁରୁବାରେ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ଚିହ୍ନଯ ପାଇଁ ରାଜ୍ୟରେ ଏବେ ଦୈନିକ ହାରାହାରି ୪୫୦୦ ଟି ନମୂନା ପରୀକ୍ଷା ହେଉଥିବା ବେଳେ ଏହାକୁ ୧୫ ହଜାରକୁ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ସେଥିପାଇଁ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ ସହ ତାହା କିଭଳି ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । କୋରାପୁଟ, ବଲାଙ୍ଗିର, ବାରିପଦା ଓ ବାଲେଶ୍ୱରଠାରେ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏସବୁ ସ୍ଥାନରେ ନମୂନା ପରୀକ୍ଷା ସୁବିଧା ଉପଲବ୍ଧ ହେବାର ସମ୍ଭାବନା ରହିଛି । ସେହିପରି ଘରୋଇ ହସ୍ପିଟାଲଗୁଡିକରେ କରୋନା ପରୀକ୍ଷା ନିମନ୍ତେ ଟେଣ୍ଡର ଜାରି ହୋଇଥିବାବେଳେ କେତେକ ହସ୍ପିଟାଲରେ ଏଥିରେ ଭାଗ ନେଇଛନ୍ତି । ଖୁବ୍ଶୀଘ୍ର ଏହି ପ୍ରକ୍ରିୟା ଚୂଡାନ୍ତ ହେବ । ଏହାବ୍ୟତୀତ ଯେଉଁସବୁ ବ୍ଲକକୁ ଅଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଆସିଛନ୍ତି ସେଠାରେ କ୍ୱାରେଣ୍ଟାଇନ୍ ସେଣ୍ଟର ବେଡ୍ ସଂଖ୍ୟା ମଧ୍ୟରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ରହିଛି । ଲୋକମାନେ ମାସ୍କ ପିନ୍ଧିବା ଓ ବାହାରେ ଅଧିକ ସଂଖ୍ୟକ ବୁଲାବୁଲି ନକରିବା ସହ ସେମାନଙ୍କୁ ଅଧିକ ସଚେତନ କରିବା ଉପରେ ଗୁରୁବାର ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons