ସମ୍ବଲପୁର, (ବି.ବି.ନୁ୍ୟଜ୍): କଲେଜ ସମୟରୁ ଯୁବକ ଜଣକ ଏକ ତରଫା ପ୍ରେମରେ ବାୟା । ଇତି ମଧ୍ୟରେ ଝିଅଟି ଉଚ୍ଚ ଶିକ୍ଷା ପାଇଁ ସୁଦୂର ସମ୍ବଲପୁର ଚାଲି ଆସନ୍ତି । ଯୁବକ ଜଣକ ମଧ୍ୟ ସରକାରୀ ଚାକିରି ପାଇଯାନ୍ତି । ତାହା ପୁଣି ପୁଲିସ ବିଭାଗରେ । ଆଉ ନିଜ ପ୍ରେମକୁ ପାଇବାକୁ ଛୁଟିଆସନ୍ତି ସମ୍ବଲପୁର । ସମ୍ବଲପୁରରେ ଏକ ପ୍ରତିÂିତ ଶିକ୍ଷାନୁÂାନରେ ପଢ଼ୁଥିବା ସମ୍ପୃକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପୁଲିସ୍ କନଷ୍ଟେବଲଙ୍କ ଅଜବ କରାମତି ତାଙ୍କୁ ମହଙ୍ଗା ପଡ଼ିଛି । ଯୁବତୀଙ୍କୁ ଖେଳନା ବନ୍ଧୁକ ଦେଖାଇ ପ୍ରେମ ନିବେଦନ କରି ନିର୍ଦ୍ଧୁମ ଛେଚା ଖାଇଛନ୍ତି । ଶେଷରେ ପୁଲିସ ହୋଇ ପୁଲିସ ହାତରେ ବନ୍ଧା ବି ହୋଇଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଯୁବକ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ସେ ନିକଟରେ ଆଇଆର୍ବି ବାଟାଲିଆନ୍ରେ ପୁଲିସ୍ କନ୍ଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
‘ତମେ କେବଳ ମୋର, ମୁଁ ବଞ୍ଚିଥିବା ଯାଏଁ ତୁମକୁ ଭଲପାଉଥିବି । ତମେ ଅନ୍ୟ କାହାରି ହୋଇପାରିବ ନାହିଁ । ତମକୁ ଅନ୍ୟ କାହାର ହେବାକୁ ଦେବି ନାହିଁ ..’ ବୋଲି କହି ଯୁବକ ଜଣକ ଆଜି ପ୍ରାୟ ଦିନ ୧୨ ଟା ସମୟରେ ଏକ ପ୍ରତିÂିତ କଲେଜରୁ କ୍ଲାସ ସାରି ମେସ୍କୁ ଫେରୁଥିବା ବେଳେ ଚର୍ଚ୍ଚଛକ ନିକଟରେ ଛାତ୍ରୀ ଜଣଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ । ଏଥିରେ ଛାତ୍ରୀ ଜଣଙ୍କ ରାଜି ହୋଇନଥିଲେ । ଯୁବକ ଜଣକ ନିଜ ପକେଟ୍ରୁ ଏକ ଖେଳଣା ପିସ୍ତଲ ବାହାର କରି ଯୁବତୀଙ୍କୁ ଦେଖାଇ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କ ବନ୍ଧୁକ ଦେଖି ଭୟରେ ଚିକôାର କରିଥିଲେ । ଏହା ଦେଖି ସେଠାରେ ଥିବା ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଯୁବକଙ୍କୁ କାବୁ କରିବା ସହ ନିଦ୍ଧୁର୍ମ ଛେଚିଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପିସିଆର ଭ୍ୟାନ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଆଉ ପରେ ଖୋଲିଥିଲା ସମ୍ପୁର୍ଣ୍ଣ ଗୁମର ।
ଛାତ୍ରୀ ଜଣଙ୍କ କେନ୍ଦ୍ରାପଡାର ଏକ କଲେଜରେ ପାଠ ପଢୁଥିବା ବେଳେ ତାଙ୍କ ଉପର ବ୍ୟାଚ୍ରେ ପଢୁଥିବା ସଂପୃକ୍ତ ଯୁବକ ତାଙ୍କୁ ଏକତରଫା ପ୍ରେମ କରିବସିଥିଲେ । ଛାତ୍ରୀଙ୍କୁ ନିଜର କରିବା ନିଶା ତାଙ୍କୁ ଘାରିଥିଲା । ଇତି ମଧ୍ୟରେ ଛାତ୍ରୀ ଜଣଙ୍କ ସମ୍ବଲପୁରକୁ ଉଚ୍ଚ ଶିକ୍ଷା ପାଇଁ ଆସି ଏଠାରେ ହଷ୍ଟେଲରେ ରହୁଛନ୍ତି । ଛାତ୍ରୀ ଜଣଙ୍କ ସମ୍ବଲପୁରରେ ପାଠ ପଢୁଥିବା ଜାଣି ଆଜି ସେ ସୁଦୂର କେନ୍ଦ୍ରାପଡ଼ା ଅଞ୍ଚଳରୁ ତାଙ୍କୁ ପ୍ରେମ ନିବେଦନ କରିବା ପାଇଁ ସମ୍ବଲପୁରରେ ଆସି ପହଞ୍ଚିଥିଲେ । ତେବେ ତାଙ୍କ ପ୍ରେମ ନିବେଦନ ତରିକା ତାଙ୍କୁ ଅଡ଼ୁଆରେ ପକାଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି ।
Comments are closed, but trackbacks and pingbacks are open.