ଖୋର୍ଦ୍ଧାରୁ ବାଲେଶ୍ୱର ଦେଇ କଲିକତାକୁ ହେଉଥିଲା ଗୋ-ଚାଲାଣ:୮ ଶହ ଗୋରୁ ଉଦ୍ଧାର, ୬ ଗିରଫ, ୧୦ ଅଟକ

Get real time updates directly on you device, subscribe now.

ବାଲେଶ୍ୱର , (ବି.ବି.ନୁ୍ୟଜ୍): ଖୋର୍ଦ୍ଧାରୁ ବାଲେଶ୍ୱର ଦେଇ କଲିକତାକୁ ଗୋ-ଚାଲାଣ କରୁଥିବା ଏକ ବଡ଼ ଧରଣର ର୍ୟାକେଟକୁ କାବୁ କରିଛି ପୁଲିସ । ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ତଥା ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମ ନିକଟରେ କଟକ କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ଼୍ ଚଢ଼ଉ କରି ୬ ଶହ ଗୋରୁଙ୍କୁ ଉଦ୍ଧାର କରିବା ସହ ୬ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଘଟଣାରେ ଗୋରୁ ବୋଝେଇ ୬ଟି କଣ୍ଟେନର, ଏସ୍କର୍ଟ କରି ନେଉଥିବା ୩ ଟି ବଲେରୋ ସ୍ପେଶାଲ୍ ସ୍କ୍ୱାଡ଼୍ ଜବତ କରି ସ୍ଥାନୀୟ ପୁଲିସ ଜିମା ଦେଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କୁଶପଲ୍ଲା ଗ୍ରାମର ସୁଶାନ୍ତ ସେଠୀ (୨୬), କଟକ ଜିଲ୍ଲା ତିଗିରିଆ ଥାନା କରଡାପଲ୍ଲୀ ଗ୍ରାମର ସଲିମ ଖାଁ (୨୪), ଖଣ୍ଡଗିରି ଥାନା ଯଦୁପୁର ଗ୍ରାମର ସେଖ୍ ଅବଦୁଲ ରେହମନ (୩୮), ଖୋର୍ଦ୍ଧା ଥାନା ତାରତୁଆ ଗ୍ରାମର ଅମିର ଖାଁ (୧୯) ଓ ପଶ୍ଚିମବଙ୍ଗ ହାଓଡା ଜିଲ୍ଲା କଲବେଡିଆ ଗ୍ରାମର ଏସ୍କେ ସିହାନୁଲା (୩୦) । ଚଢ଼ାଉ ବେଳେ ସ୍ପେଶାଲ୍ ସ୍କ୍ୱାଡ଼୍ ଓ ଗୋରୁ ଚାଲାଣକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଓ ଗୁଳି ବିନିମୟ ହୋଇଥିବା ଜଣାଯାଇଛି । ତେବେ ଅନ୍ଧାରର ସୁଯୋଗ ନେଇ ୧୦ରୁ ଉଦ୍ଧ୍ୱର୍ ଚାଲାଣକାରୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଜବତ କଣ୍ଟେନର୍ ମଧ୍ୟରୁ ୬ ଶହ ଗୋରୁ ଉଦ୍ଧାର ହୋଇଛି । ଏତେ ପରିମାଣର ଗୋରୁ ଉଦ୍ଧାର ହେବା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସେରଗଡ଼ ନିକଟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଯାଉଥିବା ୨ଟି ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଯୁବକମାନେ ଧରିଛନ୍ତି । ଏଭଳି ବେଆଇନ ଗୋରୁ ଚାଲାଣ ବାରମ୍ବାର ଚାଲିଥିବା ବେଳେ ଏଥିରେ ପୁଲିସ, ଟୋଲ ଗେଟ୍ କର୍ମଚାରୀ ସାମିଲ ରହୁଥିବା ଅଭିଯୋଗ ହୋଇଛି । କଣ୍ଟେନରରେ ୨ଶହରୁ ଊଦ୍ଧ୍ୱର୍ ଗୋରୁ ଥିବା ବେଳେ ସେମାନଙ୍କୁ ବାଲେଶ୍ୱରର ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଉଦ୍ଧାର କରାଯାଇଛି । ଘଟଣାକୁ ନେଇ ସେରଗଡ଼ ନିକଟରେ ଦୀର୍ଘ ସମୟ ଧରି ଉତ୍ତେଜନା ଓ ରାସ୍ତା ଅବରୋଧ ହୋଇଥିଲା । ଗୋ ଚାଲାଣରେ ସମ୍ପୃକ୍ତ ୧୦ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ୮ଟି କଣ୍ଟେନର୍ରେ ଗୋରୁ ଚାଲାଣ ହେଉଥିଲା । ଏଥିଲାଗି କଣ୍ଟେନର୍ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଅତି ନିର୍ଦ୍ଧୟ ଭାବେ ଗୋରୁଙ୍କୁ ଚାଲାଣ କରାଯାଉଥିଲା । କଣ୍ଟେନରର ଉପର ଭାଗ ଖୋଲା ଥିବା ବେଳେ ଚାରିପାଶ୍ୱର୍ ଆବଦ୍ଧ ହୋଇ ରହିଥିଲା । ଦ୍ୱାର ଗୁଡ଼ିକରେ ବଡ଼ବଡ଼ ତାଲା ଝୁଲୁଥିଲା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରୁ ଚଣ୍ଡିଖୋଲ୍-ବାଲେଶ୍ୱର ଦେଇ କଲିକତାକୁ ଏହି ଗୋରୁ ଚାଲାଣ କରାଯାଉଥିଲା । ପ୍ରଥମେ ଯାଇଥିବା ଗୋରୁ ବୋଝେଇ ଦୁଇଟି କଣ୍ଟେନର ମଧ୍ୟରୁ ଗୋଟିଏ ଖସି ଯାଇଥିବା ବେଳେ ଅନ୍ୟଟି ବାଲେଶ୍ୱରଠାରେ ଧରା ପଡ଼ି ଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ଗୋରୁ ବୋଝେଇ କଣ୍ଟେନରକୁ ଧରି ପୁଲିସ୍ ଜିମା ଦେଇଥିଲେ । ଏ ସମ୍ପର୍କରେ ପଛରେ ଥିବା ଅନ୍ୟ ୬ଟି କଣ୍ଟେନର ଓ ଏସ୍କର୍ଟ୍ କରି ନେଉଥିବା ଚାଲାଣକାରୀଙ୍କୁ ଖବର ମିଳି ଯାଇଥିଲା । ତେଣୁ ଆଗକୁ ନଯାଇ ସେମାନେ ଚଣ୍ଡିଖୋଲ୍ଠାରୁ ବାଟ ଭାଙ୍ଗିଥିଲେ, ଚଡେ଼ଇଧରା ଦେଇ ଢେଙ୍କାନାଳ ସୀମାନ୍ତକୁ ପଶି ଆସିଥିଲେ ।

ଅନ୍ୟପଟେ କଟକ କମିଶନରେଟ୍ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ଼୍ କୌଣସି ଏକ ମାମଲାକୁ ନେଇ ଛାନ୍ଭିନ୍ ଚଳାଇଥିବା ବେଳେ ଚଡେ଼ଇଧରା ରାସ୍ତାରେ ଏକ ସଙ୍ଗରେ ଏତେ ଗୁଡ଼ିଏ କଣ୍ଟେନର ଯାଉଥିବାରୁ ସନେ୍ଦହ କରିଥିଲା । ଏଥିସହ ଆଗପଛ ହୋଇ ୩ଟି ବୋଲେରୋ କଣ୍ଟେନରଗୁଡ଼ିକୁ ଏସ୍କଟର୍୍ କରି ନେଉଥିôବାରୁ କୌଣସି ବେଆଇନ୍ କାରବାର ନେଇ ପୁଲିସ୍ର ସନେ୍ଦହ ଦୃଢ଼ୀଭୁତ ହୋଇଥିଲା । ଯାଜପୁର ଜିଲ୍ଲା ଜେନାପୁର ଥାନା ସୀମାନ୍ତରୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳକୁ କଣ୍ଟେନର ଆସିବା ପରେ ପିଛା କରୁଥିବା ସ୍ପେଶାଲ୍ ସ୍କ୍ୱାଡ଼୍ ନିତ୍ୟାନନ୍ଦପୁର ଗ୍ରାମର ଶିବ ମନ୍ଦିର ନିକଟରେ ଗାଡ଼ି ଗୁଡ଼ିକୁ ଅଟକାଇବାକୁ ନିଦେ୍ର୍ଧଶ ଦେଇଥିଲା । କିନ୍ତୁ କଣ୍ଟେନର୍ ନଅଟକାଇ, ଚାଲାଣକାରୀମାନେ ପୁଲିସ୍ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ୍ ପାଲଟା ଗୁଳି ଚାଳନା କରିବାରୁ ଚାଲାଣକାରୀ ଛତ୍ରଭଙ୍ଗ ଦେଇଥିଲେ । ଅନ୍ଧାରର ସୁଯୋଗ ନେଇ ବିଲମାଳ ମଧ୍ୟ ଦେଇ କେତେକ ଖସିଯିବାରେ ସଫଳ ହୋଇଥିଲେ । ଘଟଣା ସ୍ଥଳରୁ ୬ ଜଣଙ୍କୁ ପୁଲିସ କାବୁ କରିନେଇଥିଲା । ଏହି ଘଟଣା ଭୋର ପ୍ରାୟ ୪ଟା ବେଳେ ଘଟିଥିଲା । ପରେ ସ୍ପେଶାଲ୍ ସ୍କ୍ୱାଡ଼୍ର ଅଧିକାରୀ ଉଭୟ ଜେନାପୁର ଥାନା ଓ ନିହଲପ୍ରସାଦ ଥାନା ପୁଲିସ୍କୁ ସୂଚନା ଦେଇଥିଲା । ଘଟଣାଟି ନିହଲପ୍ରସାଦ ଥାନା ଅଞ୍ଚଳରେ ହୋଇଥିବାରୁ ଧରାପଡ଼ିଥିବା ୬ ଚାଲାଣକାରୀଙ୍କ ସହ ଗୋରୁ ବୋଝେଇ ଗାଡ଼ି ଓ ଏସକର୍ଟ ବୋଲେରୋ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରି ସ୍ପେଶାଲ୍ ସ୍କ୍ୱାଡ଼୍ ପଳାଇ ଯାଇଥିଲା ।

ଖବର ପାଇ ଢେଙ୍କାନାଳ ଏସ୍ପି ଅନୁପମା ଜେମସ୍, ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର ସଦଳବଳ ଘଟଣାସ୍ଥଳରେ ପହଞ୍ଚô ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଜବତ ଗାଡ଼ି (କଣ୍ଟେନର -ଓଡି ୦୨ ଏଜି ୯୬୯୮, ଓଆର୍ ୦୯ ଏଚ୍ ୧୮୬୧, ଏଚ୍ଆର୍ ୩୮ କୁ୍ୟ ୪୭୬୩ , ଓଡି ୦୨ ଏକ୍ୱୁ୍ୟ୭୮୯୮, ଓଡି ୦୨ ଏଆର୍ ୩୫୫୨, ଟିଏସ୍ ୧୨ ୟୁଏ ୫୫୮୯, ମହିନ୍ଦ୍ରା ଟିୟୁଭି- ଓଡି ୩୩ ଡବ୍ଲୁ୍ୟ ୦୯୮୬, ବଲେରୋ -ଓଆର ୦୫ ଏକେ ୯୫୧୪, ଓଆର ୦୫ ଏଜେଡ୍ ୦୦୦୧)ଗୁଡ଼ିକୁ ନିହଲ ପ୍ରସାଦ ଥାନାକୁ ଅଣାଯାଇଥିଲା । ନିହଲପ୍ରସାଦ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ରତ୍ନାକର ମଲ୍ଲିକ ସୂଚନା ଦେଇଛନ୍ତି । ଗୋରୁ ଚାଲାଣ ପଛରେ ଏକ ବଡ଼ ଧରଣର ର୍ୟାକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ଏତେ କଟକଣା ସତ୍ତେ୍ୱ କେମିତି ଶହଶହ ଗୋରୁଙ୍କୁ ଚାଲାଣ କରାଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏସ୍ପିଙ୍କ ଉପସ୍ଥିତିରେ ଥାନା ପଛପାଶ୍ୱର୍ରେ ଗୋରୁଙ୍କୁ ଗାଡ଼ିରୁ ବାହାର କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ତାପସ କୁମାର ଜେନା, ସଞ୍ଜିତ କୁମାର ପୃଷ୍ଟି, ବେଗା ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକେ ଗାଡ଼ିରୁ ଗୋରୁଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ । ଚାଲାଣକାରୀମାନେ ଗୋରୁଙ୍କୁ ଏପରି ନିର୍ଦ୍ଧୟ ଭାବେ ଲଦାଲଦି କରି ବାନ୍ଧିଥିଲେ ଯେ, ଖୋଲିବାରେ ଲୋକେ ନାକେଦମ୍ ହୋଇପଡ଼ିଥିଲେ । ଗଁଦିଆ ତହସିଲଦାର ମୋନାଲିସା ଦେବତା, ଅତିରିକ୍ତ ତହସିଲଦାର ସୁଶାନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ସରୋଜକାନ୍ତ ସାହୁ ଆହତ ଗୋରୁଙ୍କୁ ଚିକିତ୍ସା କରିଥିଲେ । ପୁଲିସ୍ ହେପାଜତରେ ଗୋରୁଗୁଡ଼ିକ ରହିଥିବା ବେଳେ ସ୍ଥାନୀୟ ଲୋକେ ଖାଦ୍ୟପେୟ ଦେଉଥିବା ଜଣାଯାଇଛି । ସନ୍ଧ୍ୟାରେ ଭୁବନେଶ୍ୱରରୁ ତୀର୍ଥବାସୀ ସାହୁଙ୍କ ନେତୃତ୍ୱରେ ଗୋ ସୁରକ୍ଷା କମିଟିର ଏକ ପ୍ରତିନିଧି ମଣ୍ଡଳୀ ନିହଲପ୍ରସାଦ ଥାନାରେ ପହଞ୍ଚô ଗୋରୁମାନଙ୍କୁ କେଉଁଠି ରଖାଯିବ ସେ ନେଇ ଆଲୋଚନା କରିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons