ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା

Get real time updates directly on you device, subscribe now.

ଖୋର୍ଦ୍ଧା : ଜଟଣୀ ଏବଂ ଏହାର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରୁ ଗତ କିଛି ଦିନ ହେବ ଚୋରି ହେଉଛି । ସାତ ଦିନ ତଳେ ରାଜାବଜାର ସ୍ଥିତ ବାଲୁଙ୍କେଶ୍ବର ମନ୍ଦିରରୁ ହୁଣ୍ଡି ଚୋରି ହୋଇଥିଲା । ପରେ ଗତ ୨୮ ତାରିଖରେ ଜଟଣୀ ଲୋକକଲୋନୀ ର ସାଇ ମନ୍ଦିରର ହୁଣ୍ଡିରୁ ଚୋରୀ ହୋଇଥିଲା ।
ପୁଣି କୁସୁମାଟିର ଜଗନ୍ନାଥ ମନ୍ଦିରରୁ ଦୁର୍ବୃତ୍ତମାନେ ହୁଣ୍ଡି ସହ ମନ୍ଦିରର ବାସନ କୁସନ ଓ ସାଉଣ୍ଡ ସିଷ୍ଟମ ଚୋରୀ କରିଛନ୍ତି । ଏ ନେଇ ଚୋରୀ ଯାଇଥିବା ମନ୍ଦିର କମିଟି ପକ୍ଷରୁ ଜଟଣୀ ପୋଲିସକୁ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଛି। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons