ଗଙ୍ଗାରେ ବିସର୍ଜନ ହେଲା ଜେଟ୍ଲୀଙ୍କ ଅସ୍ଥି ପାଉଁଶ

Get real time updates directly on you device, subscribe now.

ହରିଦ୍ୱାର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍ଲୀଙ୍କ ଅସ୍ଥି ପାଉଁଶ ଆଜି ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି । ଦିଲ୍ଲୀ ନିଗମବୋଧ ଘାଟରୁ ଆଜି ତାଙ୍କ ପୁତ୍ର ରୋହନ ଅସ୍ଥି ପାଉଁଶ ସଂଗ୍ରହ କରି ହରିଦ୍ୱାର ନେଇଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ଉପସ୍ଥିତିରେ ଗଙ୍ଗାରେ ବିସର୍ଜନ କରିଥିଲେ । ଶନିବାର ଦିଲ୍ଲୀ ଏମ୍ସରେ ୬୬ ବର୍ଷ ବୟସରେ ଜେଟ୍ଲୀଙ୍କ ପରଲୋକ ଘଟିଥିଲା । ଜେଟ୍ଲୀ ଜୀବିତ ଥିବା ବେଳେ ଜୁଲାଇ ୩୦ରେ ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାରେ ନିଜ ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୨୦୦ ସୌରଶକ୍ତି ଚାଳିତ ହାଇମାଷ୍ଟ ଲାଇଟ୍ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି । ରାୟବରେଲି ହେଉଛି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons