ଗଛକାଟି ଗିରଫ ହେଲେ ୨ ଅଭିଯୁକ୍ତ

Get real time updates directly on you device, subscribe now.

ଆନନ୍ଦପୁର : ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ରାମଚନ୍ଦ୍ରପୁର ସେକ୍ସନ୍ ଅଧିନ ପଟିଲୋ ସଂରକ୍ଷିତ ଜଙ୍ଗଲରେ ଗଛ କାଟୁଥିବା ସମୟରେ ୨ ଅଭିଯୁକ୍ତଙ୍କୁ କାବୁକରିବାରେ ସଫଳ ହୋଇଛି ବନବିଭାଗ । ଦୁଇ ଅଭିଯୁକ୍ତ ସ୍ଥାନୀୟ ଦାନ୍ତିଆ ଗ୍ରାମର ମଳୟ ମଲ୍ଲିକ୍ ଓ ଗଡବାନ୍ଦୋଗଡା ଗାଁର ଭ୍ରମବରବର ମୁଣ୍ଡା ।
ଦୀର୍ଘଦିନ ହେବ ଏମାନେ ମୁଲ୍ୟବାନ ଗଛକାଟି ବ୍ୟବସାୟ କରୁଥିବାବେଳେ ବନବିଭାଗ ଆଖିରେ ଧୁଳିଦେଇ ଖସି ପଳାଉଥିଲେ । ହେଲେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଡାଉ ପରେ ବନବିଭାଗ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା କହିଛନ୍ତି ଫରେଷ୍ଟର ମଳୟ ସାହୁ । ଅଭିଯୁକ୍ତ କାଟିଥିବା ମୁଲ୍ୟବାନ ଗଛ ସହ ଗଛକଟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons