ଗଛକୁ ପିଟିଲା ବାଇକ୍: ଭଉଣୀ ମୃତ, ଭାଇ ଗୁରୁତର

Get real time updates directly on you device, subscribe now.

ମ.ରାମପୁର,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଭୟଙ୍କର ସଡ଼କୁ ଦୁର୍ଘଟଣାରେ ଚାଲିଯାଇଛି ଆଉ ଏକ ମୂଲ୍ୟବାନ ଜୀବନ । ଗତକାଲି ଦୁର୍ଘଟଣାରେ ବାପପୁଅଙ୍କ ଭୟଙ୍କର ଦୁର୍ଦ୍ଧଶା ଲୋକଙ୍କ ମନରୁ ନ ଲିଭୁନୁ ଆଜି ସମାନ ଢଙ୍ଗରେ ଦୁଇ ଭାଇଭଉଣୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ମ.ରାମପୁରଠାରୁ ମୋହନଗିରି ରାସ୍ତାରେ ଥିବା ସୁଲେସୁରୁ ଗାଁ ନିକଟରେ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତୁ୍ୟ ହେଇଥିବା ବେଳେ ଏଥିରେ ତାଙ୍କ ଭାଇ ଗୁରୁତର ହୋଇଥିବା ଜଣାଯାଇଛି । ମୃତ ମହିଳା ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡ଼ା ଲିମପଡ଼ାର ଗୋପାଳ ଭୋଇ(୩୫)ଙ୍କ ବଡ଼ ଭଉଣୀ ଦ୍ରୌପଦୀ ପାତ୍ର(୪୦) । ଏଥିରେ ଗୋପାଳ ମଧ୍ୟ ଗୁରୁତର ହୋଇଛନ୍ତି ।
ସୂଚନାମତେ ଦ୍ରୌପଦୀଙ୍କ ସହ ଗୋପାଳ ଏକ ବାଇକ (ଓଡ଼ି୦୩ଏନ୍୫୦୬୬)ରେ ସୁଲେସୁରୁ ଆସୁଥିବା ବେଳେ ତଳନୂଆଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ଦ୍ରୌପଦୀଙ୍କ ମୃତୁ୍ୟ ହେଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଗୋପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ଦ୍ରୌପଦୀଙ୍କ ଶବ ଡାକ୍ତରଖାନାରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମ.ରାମପୁର ପୁଲିସ ସୂଚନା ଦେଇଛି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ ଗତକାଲି ମ.ରାମପୁର ଥାନା ତୁଜୁଙ୍ଗ ନିକଟ ମ.ରାମପୁର-ରିଷିଡ଼ା ରାସ୍ତାରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଗଛକୁ ପିଟିବା ଫଳରେ ବାଇକ୍ରେ ଥିବା ମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ(୩୫)ଙ୍କ ମୃତୁ୍ୟ ହୋଇଥିବାବେଳେ ତାଙ୍କ ୫ ବର୍ଷର ପୁର ବାବୁସାନ ଗୁରୁତର ହୋଇଥିଲେ । ତେବେ ଚବିଶ ଘଣ୍ଟା ଭିତରେ ସମାନ ଢଙ୍ଗରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons