ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ବାହାରପଦାମାଝୀ ଗାଁରେ ଗଛପଡ଼ି ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସୁମିତ୍ରା ସାହୁ(୨୧) । ଘଟଣାରୁ ପ୍ରକାଶ ଯେ, ସୁମିତ୍ରା ଆଜି ସକାଳୁ ଗାଁ ନିକଟ ନାଳକୁ ଅନ୍ୟ ୩ ଜଣ ମହିଳାଙ୍କ ସହ ଗାଧୋଇବା ପାଇଁ ଯାଉଥିଲେ । ସେହି ସମୟରେ ନାଳ ନିକଟରେ ଥିବା ଏକ ଶୁଖିଲା ଗଛ ତାଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ ତାଙ୍କ ସ୍ୱାମୀଙ୍କ ସମେତ ଗ୍ରାମବାସୀ ପହଞ୍ଚିି ସୁମିତ୍ରାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କ ମୃତୁ୍ୟ ଘଟିସାରିଥିଲା । ଏ ନେଇ କାଶୀପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଏହି ଘଟଣା ଭିତରପତାମାଝି, ବାହାରପଦାମାଝି, ମାଣ୍ଡିବିସି ଗାଁରେ ଶୋକର ଛାୟା ଖେଳାଇଦେଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.