କେସିଙ୍ଗା: ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ଚାଞ୍ଚେର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର ଗଛରେ ପିଟି ହେବାରୁ ମା’ ଓ ଦୁଇଝିଅଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କେସିଙ୍ଗା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ମୃତକ ତିନିଜଣ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବୈଦ୍ୟନାଥ ଦାସଙ୍କ ପନôୀ ଆନନ୍ଦିନୀ ଦାସ( ୪୦) ଓ ୨ ଝିଅ ଇତିଶା(୧୦) ଏବଂ ଆଲିଶା(୮) ବୋଲି ଜଣାପଡିଛି ।
ସୂଚନାମତେ, ଭବାନୀପାଟଣାସ୍ଥିତ ଜଗନ୍ନାଥପୁର ଗ୍ରାମରୁ ଆଜି ଅପରାହ୍ନ ୩ଟାରେ ବୈଦ୍ୟନାଥ ଦାସଙ୍କ ପରିବାର ଲୋକେ ଏକ କାର(ଓଡି ୦୩ ଏସ୍ ୪୧୦୦) ଯୋଗେ ଟିଟିଲାଗଡ ହାଟପଦାସ୍ଥିତ ଭାଇ ନୀଳାମ୍ବର ମିଶ୍ରଙ୍କ ଘରକୁ ଯାଉଥିଲେ । ପୁତୁରା ବାଦଲ ବିକାଶ ମିଶ୍ର(୩୦) କାର ଚଲାଉଥିଲେ ଓ ଡ୍ରାଇଭର ଅରୁଣ ବିଶି(୨୩) କାରରେ ବସିଥିଲେ । ତେବେ ଏନ୍ଏଚ୍ ୨୬ସ୍ଥିତ ଉକ୍ରେଲା ଫାଣ୍ଡି ଅନ୍ତର୍ଗତ ଚାଞ୍ଚେର ଛକ ନିକଟ ବୁଲାଣିରେ କାରଟି ଭାରସାମ୍ୟ ହରାଇ ଏକ ତାଲଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ମା’ ଆନନ୍ଦିନୀ ସମେତ ତାଙ୍କ ଦୁଇ ନାବାଳିକା ଝିଅଙ୍କ ମୃତୁ୍ୟ ହୋଇଥିଲା । ଖବରପାଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଏସ୍ଆଇ ମୃତୁ୍ୟଞ୍ଜୟ ପତି, ଏଏସ୍ଆଇ ଧରଣୀଧର ଦାସ, ଉକ୍ରେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ସରକାରୀ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । ଆଜି ବର୍ଷା ହୋଇଥିବା ବେଳେ କାରଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.