ଗଛରେ ପିଟିହେଲା ବାଇକ୍, ଦୁଇ ଛାତ୍ର ମୃତ

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଯାତ୍ରା ଦେଖି ଭୋର ସମୟରେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ୨ ଛାତ୍ରଙ୍କର ମୃତୁ୍ୟ ଘଟିଛି । ଏଭଳି ଦୁଃଖଦ ଘଟଣା ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ଦୁଇ ଛାତ୍ର ମଧ୍ୟରୁ ଜଣେ ଆଇଟିଆଇ ଏବଂ ଅନ୍ୟ ଜଣେ ସିମୁଳିଆ କଲେଜ ୍ମ୨ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି । ଦୁଇ ଛାତ୍ରଙ୍କ ମୃତୁ୍ୟ ଖବର ପ୍ରସାର ହେବା ପରେ କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ³ ଗାଁ ମାର୍କୋଣା ଲକ୍ଷ୍ମୀପୂଜା ଉତ୍ସବ ଅବସରରେ ଯାତ୍ରା ହେଉଥିଲା । ଯାତ୍ରା ଦେଖି ରବିବାର ଭୋର ସେହି ଗ୍ରାମର ଚନ୍ଦ୍ରିକା ପ୍ରସାଦ ବିଶ୍ୱକର୍ମାଙ୍କ ପୁଅ ଶନି (୧୭) ଏବଂ ଶୁକୁରା ସିଂଙ୍କ ପୁତ୍ର ଜଗନ୍ନାଥ (୧୮) ବାଇକ୍ ଯୋଗେ ଆସୁଥିବା ବେଳେ ଗାଁ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ସହ ପାଖ ପୋଖରୀକୁ ଛିଟିକି ପଡ଼ିଥିଲେ । ସକାଳେ ଗାଁ ଲୋକେ ବାଇକ୍ ଓ ଦୁଇ ଛାତ୍ରଙ୍କୁ ଦେଖି ଉଦ୍ଧାର କରିଥିଲେ । ଉଭୟଙ୍କୁ ଗ୍ରାମବାସୀ, ପରିବାର ଲୋକେ ସିମୁଳିଆ ଡାକ୍ତରଖାନାକୁ ନେଇ ଆସିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନା ପଠାଇଥିଲେ । ସିମୁଳିଆ ଥାନାରେ ଏ ବାବଦ ନେଇ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons