ନୟାଗଡ଼ : ଗଛରେ ପିଟି ହୋଇ ପଲ୍ୟୁସନ୍ ଟେଷ୍ଟିଂ ଭ୍ୟାନ୍ ଜଳିଯିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଭ୍ୟାନ୍ରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ମୃତକ ହେଲେ ସୋମନାଥ ସାହୁ ଏବଂ ନାବାଳକ ଦିପ୍ତିରଞନ ସାହୁ । ଅପରାହ୍ନରେ ନୟାଗଡ ଜିଲ୍ଲା ଫତେଗଡ ଥାନା ମାଣିବନ୍ଧ ନିକଟରେ ଘଟିଥିଲା ଦୁର୍ଘଟଣା ।
ସୂଚନାଯୋଗ୍ୟ, ଓ ଆର୍ ୦୨ ବି ଏସ୍ ୧୮୨୦ ନମ୍ବର୍ ଥିବା ପଲ୍ୟୁସନ୍ ଯାଞ୍ଚ ଭ୍ୟାନ ଖଣ୍ଡପଡାରୁ ଭାପୁର ଯାଉଥିବାବେଳେ ଜାମୁସାହି ନିକଟରେ ଦୁଇଟି ବାଇକ୍କୁ ଧକ୍କା ଦେଇଥିଲା । ପରେ ଦୃତ ଗତିରେ ଯାଇ ଭ୍ୟାନ୍ଟି ମାନପୁର ନିକଟରେ ଏକ ଗଛରେ ପିଟି ହୋଇ ଜଳିଯାଇଥିଲା ।


Comments are closed, but trackbacks and pingbacks are open.