
କାଲିମେଳା,(ବି.ବି.ନୁ୍ୟଜ):ମୋଟର ସାଇକେଲ୍ ଦୁର୍ଘଟଣାରେ ବୁଧବାର ଏଠାରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ଯୁବକ ହେଲେ ମୋଟୁ ଥାନା ଅଧୀନ ମହାରାଜପାଲ୍ଲୀ ପଞ୍ଚାୟତ ଏମପିଭି-୮୧ ଗାଁର ଦିଲ୍ଲୀପ ତରଫଦାରଙ୍କ ପୁଅ ଦୀନବନ୍ଧୁ(୨୬) । ପୁଶୁଗଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ହଠାତ୍ ରାସ୍ତାକୁ ଏକ ବାଛୁରୀ ଚାଲିଆସିବାରୁ ଦୀନବନ୍ଧୁ ଭାରସାମ୍ୟ ହରାଇ ବାଇକ୍ ସହ ଏକ ଗଛରେ ପିଟି ହୋଇଯାଇଥିଲେ ।
ଦୀନବନ୍ଧୁ ହାଇଦ୍ରାବାଦକୁ କାମ କରିବାକୁ ଯାଇ ଘରକୁ ଫେରୁଥିଲେ । ଏକ ମୋଟର ସାଇକେଲ୍ରେ ଆସୁଥିଲେ । ପୁଶୁଗୁଡା ନିକଟରେ ଏକ ବାଛୁରୀ ହଠାତ୍ ରାସ୍ତା ଉପରକୁ ଚାଲି ଆସିବାରୁ ଦୀନବନ୍ଧୁ ଭାରସାମ୍ୟ ହରାଇ ଗାଡି ସହ ରାସ୍ତାକଡ ଏକ ଗଛରେ ବାଡେଇ ହୋଇଥିଲେ । ବାଇକ୍ର ବେଗ ଏତେ ଜୋର୍ ଥିଲା ଯେ ଘଟଣାସ୍ଥଳରେ ଦୀନବନ୍ଧୁଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ସୂଚନା ପାଇ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ । କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାର ଅଧିକ ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.