ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ

Get real time updates directly on you device, subscribe now.

ବାଲିପାଟଣା, (ବି.ବି.ବ୍ୟୁରୋ): ବାଲିପାଟଣା ଥାନା ଅନ୍ତର୍ଗତ ପୁବାଗଡ଼ ବସନ୍ତମାଳ ଛକଠାରେ ଜଣେ ବାଇକ୍ ଆରୋହୀ ଗଛରେ ପିଟି ହୋଇ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ମଣ୍ଟୁ ସ୍ୱାଇଁ(୨୬) । ଘର ପୁବାଗଡ଼ ଗ୍ରାମରେ । ସେ ନିଜ ବାଇକ ନେଇ ନିମାପଡ଼ା ଯାଇଥିଲେ । ସେଠାରୁ ଫେରିବା ବେଳେ ବସନ୍ତମାଳ ଛକରେ ଏକ କୁକୁର ତାଙ୍କ ଆଗକୁ ଆସିଯାଇଥିଲା । ସେ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଭାରସାମ୍ୟ ହରାଇଥିଲେ । ରାସ୍ତାପାଶ୍ୱର୍ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସେ ରାସ୍ତାରେ ପଡି ରହି ଛଟପଟ ହେଉଥିଲେ । ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons