ଗଛ ଗଣ୍ଡି ପଡ଼ି ମୃତ୍ୟୁ: ଯେଉଁ ଗଛ କାଟୁଥିଲେ ସେହି ଗଛ ତଳେ ଗଲା ବିଭୀଷଣଙ୍କ ଜୀବନ

Get real time updates directly on you device, subscribe now.

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତାରଭା ଥାନା ମାଝିପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜମିରେ ଗଛ କାଟୁଥିବାବେଳେ ନିଜ ଉପରେ ଗଛ ପଡି ଗାଁର ୩୫ ବର୍ଷୀୟ ବିଭୀଷଣ ବାଘଙ୍କ ମୃତ୍ୟୁ ହୋଇଛି। ମାଝିପାଲି ଗାଁର ରାକେଶ ମାଝି, ଦ୍ରୋଣ ପ୍ରସାଦ ନନ୍ଦ ଓ ବିଭୀଷଣ ବାଘ ମିଶି ଗାଁର ଏକ ବିଲରେ ଥିବା ଏକ ଗଛକୁ ୩ ଜଣ ମିଶି କାଟୁଥିଲେ କିନ୍ତୁ ଗଛଟି ବିଭୀଷଣଙ୍କ ଉପରେ ପଡିଯାଇଥିଲା। ଘଟଣା ସ୍ଥଳରେ ବିଭୀଷଣଙ୍କ ମୃତ୍ୟୁ ହୋଇଥିଲା। ତରଭା ପୋଲିସ ବିଭୀଷଣଙ୍କ ସାଙ୍ଗରେ ଯାଇଥିବା ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons