ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତୁ୍ୟ

Get real time updates directly on you device, subscribe now.

ଆନନ୍ଦପୁର: ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଘଟିଛି ଅଘଟଣ। ଚାଲି ଚାଲି ଯାଉଥିବା ବେଳେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ ଏପରି ଦୁର୍ଘଟଣା ଘଟିଛି। ନୂଆଗାଁ ପୂର୍ଣ୍ଣଚନ୍ଦ୍ର ନାୟକ ଆଜି ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଉଥିଲେ। ହଠାତ୍‌ ଗୋଟିଏ ଗଛ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons