ଗଜପତିଙ୍କ ମହାରାଜାଙ୍କ ପ୍ରାର୍ଥନା, ମହାପ୍ରଭୁଙ୍କ କୃପାରୁ ଟଳିଯିବ ବିପଦ: କରୋନା ଲକ୍‌ଡାଉନ୍‌କୁ ପାଳନ କରିବାକୁ ନିବେଦନ

Get real time updates directly on you device, subscribe now.

ପୁରୀ: ସାରାରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ତେବେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା । ଯାହା ଆସନ୍ତା ୧୪ତାରିଖରେ ସରୁଥିଲା । ତେବେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀର ଗଜପତି ମହାରାଜା ।ଗଜପତି ମହାରାଜା ବାର୍ତ୍ତା ଜାରି କରି କହିଛନ୍ତି ଯେ, କରୋନା ଭାଇରସ୍‌ର ଭୟାବହତା ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଅପ୍ରେଲ ୩୦ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହିଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହି ନିୟମକୁ ସମସ୍ତେ ଆନ୍ତରିକତାର ସହ ପାଳନ କରିବା ଉଚିତ୍‌ । ସାରାବିଶ୍ୱବାସୀଙ୍କ ପାଇଁ ଗଜପତି ମହାରାଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରିଛନ୍ତି । ଜଗନ୍ନାଥଙ୍କ କୃପାରୁ ଏହି ବିପଦ ଖୁବଶୀଘ୍ର ଟଳିଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons