ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ୍): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଚିନ୍ତା । ଭାରତରେ ମଧ୍ୟ କୋରନା ସଂକ୍ରମଣରେ ୩ ଜଣଙ୍କ ମୃତୁ୍ୟ ହୋଇସାରିଲାଣି । ଓଡ଼ିଶାରେ କୋରନା ତାର କାୟା ବିସ୍ତାର କରୁଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ କିଛିଦିନ ହେଲା ଜନଗହଳି ସମ୍ଭାବନା ଥିବା ସ୍ଥାନକୁ ବନ୍ଦ କରିଥିବା ବେଳେ ମଙ୍ଗଳବାର ସାରା ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।
ଏହି ଅନୁସାରେ ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ସ୍ଥାନରେ ଥିବା ଆତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦଦେଇ ଅନ୍ୟସବୁ ଦୋକାନବଜାର ବନ୍ଦ ହେବାସହ କୌଣସି ପ୍ରକାର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖାଯିବା ପାଇଁ ଘୋଷଣା କରାଯାଇଛି । ଏହି ଆଧାରରେ ମଙ୍ଗଳବାର ପାରଳାଖେମୁଣ୍ଡି ସହରରେ ଡାକବାଜି ଯୋଗେ ଘୋଷଣା କରାଯିବା ସହ ତୁରନ୍ତ ଦୋକାନ ବଜାର ବନ୍ଦ ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । କୌଣସି ସ୍ଥାନରେ ୫ରୁ ଉଦ୍ଧ୍ୱର୍ ଲୋକ ରହିପାରିବେ ନାହିଁ । ବିଭିନ୍ନ ସ୍ଥାନରେ ଥିବା କଲ୍ୟାମ ମଣ୍ଡପ ଗୁଡ଼ିକୁ ମଧ୍ୟ କୌଣସି ଭୋଜିରେ ବ୍ୟବହାର ନକରାଇବାକୁ ନିଦେ୍ର୍ଧଶ ଜାରି ହୋଇଛି । ପ୍ରଶାସନର ନିଦେ୍ର୍ଧଶକୁ ଅବମାନନା କଲେ ଆଇନ ଅନୁସାରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି । ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ପଣ୍ଡା ଏବଂ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ୧୪୪ ଧାରା କାର୍ଯ୍ୟକାରୀ କରିବା ପାଇଁ ସହର ବିଭିନ୍ନ ସ୍ଥାନ ବୁଲି ସଚେତନତା କରୁଛନ୍ତି । ଲୋକେ ମଧ୍ୟ ପ୍ରଶାସନକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।


Comments are closed, but trackbacks and pingbacks are open.