ଗଞ୍ଜାମରେ ଆଜିଠୁ ପ୍ଲାଜ୍ମା ଥେରାପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଗଡ଼ ଗଞ୍ଜାମ ପାଇଁ ଏବେ ରାତି ଦିନ ଏକ କରିଛନ୍ତି ସରକାର । ଗଞ୍ଜାମରେ ସଂକ୍ରମଣ ଓ ମୃତୁ୍ୟହାର ବଢ଼ି ଚାଲିଥିଲା ବେଳେ ମୁକାବିଲା ପାଇଁ ସରକାର ମିଶନ ମୋଡରେ କାମ କରୁଛନ୍ତି । ଆସନ୍ତାକାଲି (ମଙ୍ଗଳବାର)ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜ୍ମା ଥେରାପି । ଏହାଦ୍ୱାରା ଜିଲ୍ଲା ସହ ଆଖପାଖ ଜିଲ୍ଲାର ଗୁରୁତର କରୋନା ରୋଗୀମାନେ ଏ ଥେରାପିର ସୁବିଧା ପାଇପାରିବେ । ପ୍ଲାଜ୍ମା ଥେରାପିରେ ଅଧିକ ସଂଖ୍ୟାରେ ମୂଲ୍ୟବାନ ଜୀବନ ରକ୍ଷା କରିହେବ । ତେଣୁ ଜିଲ୍ଲାବାସୀଙ୍କୁ ଏ ସେବା ତ୍ୱରିତ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଦେ୍ର୍ଧଶ ଦେଇଛନ୍ତି । ଗଞ୍ଜାମରେ କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଞ୍ଜୁର ୨୫ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଛି ।
ହଟସ୍ପଟ୍ ଗଞ୍ଜାମରେ କରୋନା ଲମ୍ବଡିଆଁ ମାରି ଆଗକୁ ଆଗକୁ ମାଡ଼ି ଚାଲିଛି । କରୋନାର ଏ ଗତିରେ ବ୍ରେକ୍ ଲଗାଇବାକୁ ସରକାର ନୂଆ ରଣ କୌଶଳ ଗ୍ରହଣ କରୁଛନ୍ତି । ଜିଲ୍ଲାରେ କରୋନା ସ୍ଥିତି ଆଜି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଦେ୍ର୍ଧଶ ଦେଇଛନ୍ତି । ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସପିଟାଲରେ ଏ ଥେରାପି ଆରମ୍ଭ କରାଯିବ । ଭୁବନେଶ୍ୱରର ସମ୍ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଦୁଇ ଦିନ ତଳେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଏ ପଦ୍ଧତିରେ ଚିକିତ୍ସା ଫଳପ୍ରଦ ହୋଇଥିବାରୁ ଏବେ ଏହାକୁ ଗଞ୍ଜାମରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।
ଏହାଛଡ଼ା ବ୍ରହ୍ମପୁର ଅମିତ୍ ହସ୍ପିଟାଲରେ ୧୬ଟି ଆଇସିୟୁ ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ପ୍ରତିÂା କରାଯିବ । ଏହାକୁ କଟକର ଅଶ୍ୱିନୀ ହସପିଟାଲ ପରିଚାଳନା କରିବ । ଜିଲ୍ଲାରେ କରୋନା ମୁକାବିଲାକୁ ଆହୁରି ସୁଦୃଢ଼ କରିବା ସହ ରେଗୀମାନଙ୍କୁ ଠିକ୍ ସମୟରେ ସେବା ଯୋଗାଇଦେବାକୁ ୧୦୦ ଆମ୍ବୁଲାନସ୍ ନିୟୋଜିତ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । କରୋନା ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ୍ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।
ଗଞ୍ଜାମରେ କରୋନା ମୁକାବିଲାକୁ ଆହୁରି ସୁଦୃଢ଼ କରିବାକୁ ୨ ଜଣ ଆଇଏଏସ୍ ଅଫିସର, ୨୫ ଓଏଏସ୍, ୧୦୫ ଓଆରଏସ୍ ଅଫିସର, ୩୦ ଜଣ ଡାକ୍ତର, ୧୦୦ ଆୟୁଷ ଡାକ୍ତରଙ୍କ ସହ ୨୭ ଜଣ ଲାବୋରେଟୋରୀ ଟେକ୍ନିସିଆନ୍ଙ୍କୁ ନିୟୋଜିତ କରାଯାଇଛି । ଏହାସହ ୩ ଜଣ ଡିଏସପିଙ୍କ ସହ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୁଲିସ ଫୋର୍ସ ପଠାଇବାକୁ ନିଷ୍ପତ୍ତି ହୋଇଛି ।
ସମଗ୍ର ରାଜ୍ୟରେ କୋଭିଡ୍ ପରିଚାଳନାକୁ ଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଆଜି କେତେକ ନୂଆ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ, ରେଡିଓଗ୍ରାଫର୍ ଓ ଟେକ୍ନିସିଆନକୁ ପ୍ରୋତ୍ସାହନ ରାଶି ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, କୋଭିଡ୍ ହେଲଥ୍ ସେଣ୍ଟର ଓ କୋଭିଡ୍ କେୟାର ସେଣ୍ଟରରେ କାମ କରୁଥିବା ଡାକ୍ତରଙ୍କୁ ଦୈନିକ ୧୦୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ । ଷ୍ଟାଫନର୍ସ, ପାରାମେଡିକ୍ସ, ରେଡିଓଗ୍ରାଫର, ଲାବ୍ରୋଟାରୀ ଟେକ୍ନିସିଆନଙ୍କୁ ୫୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ । ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ୨୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ପାଇବେ । ତେବେ କୋଭିଡ୍ ଡୁ୍ୟଟି ସମୟରେ ହିଁ ପ୍ରୋତ୍ସାହନ ରାଶି ମିଳିବ ।
ଏହାଛଡ଼ା ଆଶା ଓ ଅଙ୍ଗନବାଡ଼ି ଘରକୁ ଘର ବୁଲି କୋଭିଡ୍ ସର୍ବେକ୍ଷଣରେ ସାମିଲ ହେଉଛନ୍ତି । ତେଣୁ ସେମାନଙ୍କୁ ମାସିକ ୧୦୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ହୋଇଛି । ଜୁଲାଇରୁ ଅକ୍ଟୋବର ମାସ ଯାଏ ଏହି ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ ।
କରୋନାରେ ମୃତୁ୍ୟ ହେଉଥିବା ବ୍ୟକ୍ତିର ଅନ୍ତିମ ସକ୍ରାର ପାଇଁ ୭,୫୦୦ ଟଙ୍କା ମିଳିବ ବୋଲି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ବୈଠକ ନେଇଥିଲା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସାମିଲ ହେଇ ନିଜ ମତ ରଖିଥିଲେ । ବାଚସ୍ପତି ଶ୍ରୀ ପାତ୍ର ପ୍ରସ୍ତାବ ଦେଇଥିଲେ ଗଞ୍ଜାମର ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ କର୍ଫୁ୍ୟ ଜାରି କରାଯାଉ । ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ସୁବିଧା ଅଛି ସେମାନଙ୍କୁ ହୋମ୍ ଆଇସୋଲେସନ ସୁବିଧା ଦେବାକୁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାପାଳ କରୋନା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏ ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons