ଗଞ୍ଜାମରେ ଡିସେମ୍ବର ମାସ ପର୍ଯ୍ୟନ୍ତ ଖୋଲିବନି ମନ୍ଦିର

Get real time updates directly on you device, subscribe now.

ବ୍ରହ୍ମପୁର: ଡିସେମ୍ବର ମାସ ପହିଲା ପର୍ୟ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଖୋଲିବ ନାହିଁ ମନ୍ଦିର। ପିକନିକ୍ ସ୍ପଟରେ ଅଧିକ ଗହଳି ଉପରେ ଲାଗିଲା କଟକଣା ।କମ୍ ସଂଖ୍ୟକ ଲୋକଙ୍କ ମଧ୍ୟରେ ପିକନିକ୍ କରି ପ୍ରକୃତି ମଜା ନେଇପାରିବେ। ଗହଳ ଚହଳ ହେଲେ ସାଧାରଣ ଲୋକେ ନିର୍ଦ୍ଧିଷ୍ଟ ନମ୍ବରରେ ଜିଲ୍ଲା ପ୍ରଶାସନ କୁ ଅବଗତ କରିପାରିବେ। ଗାଁ ମାନଙ୍କରେ ତହସିଲ୍ କାର୍ୟ୍ୟ ତିନି ମାସ ପାଇଁ ଆରମ୍ଭ ହେବ। ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ବରେ ଏହି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଛି। ଯେଉଁମାନେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି, ସେମାନେ କିପରି ପୂର୍ନବାର ଆକ୍ରାନ୍ତ ନହୁଅନ୍ତି, ସେଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେଇଛନ୍ତି। ଏପରି କି ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ମାଧ୍ୟରେ ଜିଲ୍ଲାପାଳ ଆଲୋଚନା କରିଛନ୍ତି।
ସରକାରୀ ଅଧିକାରୀରଣ ୫୦ ପ୍ରତିଶତ ସମୟ କାର୍ୟ୍ୟାୟଳରେ ରହିବେ ଏବଂ ୫୦ ପ୍ରତିଶତ ସମୟ ଫିଲ୍ଡ୍ ରେ ରହି ଉନ୍ନୟନ ମୂଳକ କାର୍ୟ୍ୟର ତଦାରଖ କରିପାରିବେ। ଆଜି ଜିଲ୍ଲାରେ ୨୪ ଟି ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ନିକଟରେ ଜଣେ ସ୍ବାସ୍ଥ୍ୟ କର୍ମୀ ମୁତୟନ ରହି ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons