ଗଞ୍ଜାମରେ ସ୍ମାର୍ଟ କ୍ଲାସର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ ଭି.କେ.ପାଣ୍ଡିଆନ

Get real time updates directly on you device, subscribe now.

ଗଞ୍ଜାମ,(ବି.ବି.ବୁ୍ୟରୋ): ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ହୋଇଥିବା ହାଇସ୍କୁଲର ସ୍ମାର୍ଟ କ୍ଲାସରେ ସ୍ଥିତି ସମୀକ୍ଷା କରିଥିଲେ ୫-ଟି ସଚିବ । ହିଞ୍ଜିଳି ଓ ଆଖପାଖ ଅଞ୍ଚଳରେ ଥିବା ହାଇସ୍କୁଲକୁ ବୁଲି ଦେଖିଛନ୍ତି । ସ୍ମାର୍ଟ କ୍ଲାସରେ ସ୍ଥିତି ପରଖିବା ସହ ପିଲାମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ । ଆଲୋଚନା ସମୟରେ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପିଲାମାନେ ସ୍ମାର୍ଟ କ୍ଲାସରେ ପାଠ ପଢ଼ି କିଭଳି ଅନୁଭବ କରୁଛନ୍ତି ତାହା ପଚାରି ବୁଝିଥିଲେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କ ସହ କଥା ହେବା ପରେ ସେ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମୀକ୍ଷା ସମୟରେ ୫ଟି ସଚିବଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଏସପି ଓ ଶିକ୍ଷା ଅଧିକାରୀ ଥିଲେ । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ୧୩୩ ଟି ସ୍ମାର୍ଟ କ୍ଲାସରୁମ୍ ପାଇଁ ହୋଇଛି ଯୋଜନା । ପ୍ରତି ସ୍କୁଲରେ ଏଲ୍ଇଡି ସେଟରେ ଚାଲିଛି କ୍ଲାସ ରୁମ୍ । ଗୋଟିଏ ସ୍କୁଲ ପିଛା ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ୧୬ ତାରିଖରେ ମଧ୍ୟ ୫ଟି ସଚିବ କିଛି ସ୍କୁଲକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons