ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୩୦୬୬ ଗାଁ ମଧ୍ୟରୁ ୫୦୨ ଗାଁ ବର୍ତ୍ତମାନ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୫୬୪ ଗାଁ ବର୍ତ୍ତମାନ କରୋନା ମୁକ୍ତ।ଗଞ୍ଜାମ ଜିଲ୍ଲାର ୧୬ ପ୍ରତିଶତ ଗାଁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୪ ପ୍ରତିଶତ ଗାଁ କରୋନା ମୁକ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ଡି ଆର୍ ଡି ଏ କାର୍ୟ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କୋଭିଡ୍ ପରିଚାଳନା ନେଇ ନଗର ଉନ୍ନୟନ ବିଭାଗ ମୁଖ୍ୟ ଶାସନ ସଚିବ ତଥା ଗଞ୍ଜାମ ନୋଡାଲ୍ ପ୍ରଶାସନିକ ଦାୟିତ୍ଵରେ ଥିବା ଜି. ମାଥିଭାଥାନ୍ ସମୀକ୍ଷା କରିଛନ୍ତି।
Comments are closed, but trackbacks and pingbacks are open.