ଫୁଲବାଣୀ,(ବି.ବି.ନୁ୍ୟଜ୍): ଗଞ୍ଜେଇ ଗାଡ଼ି ଲୁଟ୍ ଉଦ୍ୟମ । କିନ୍ତୁ ଲୁଟ୍ ଉଦ୍ୟମ ସଫଳ ହେବା ପୂର୍ବରୁ ପୁଲିସ ହାତରେ ଧରାପଡ଼ିଛନ୍ତି ଲୁଟେରା । ଟାଉନ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ରାଜ୍ୟ ବାହାର ରାଜ୍ୟର ଯୁବକ ବୋଲି ପୁଲିସ କହିଛି । ଗିରଫ ଯୁବକଙ୍କଠାରୁ ଏକ ଦେଶୀ ପିସ୍ତଲ, ୬ ରାଉଣ୍ଡ୍ ଗୁଳି ଓ କ୍ୟାଟ୍ରିଜ୍ ସମେତ ଗୋଟିଏ ନମ୍ବର ବିହୀନ କାର୍ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ଜଲାଙ୍ଗି ଥାନା ବାଲିବରା ଗ୍ରାମର ମୋଜାଫିର ଅହମ୍ମଦ(୧୯) ଓ ମାଫିଗୁଲ ସେକ୍(୨୭) । ଗିରଫ ସ୍ଥାନୀୟ ଅଭିଯୁକ୍ତ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗମ୍ଭାରିଗୁଡା ଗ୍ରାମର ମଳୟ କହଁର ଓରଫ ବିଟୁ(୩୪) । ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବକ ଖସି ପଳାଇଛି ।
ରାଜ୍ୟ ବାହରର ଦୁଇ ଜଣ ସନ୍ଧିଗ୍ଧ ଯୁବକ ସ୍ଥାନୀୟ ଏକ ହୋଟେଲରେ ରହୁଥିବା ଖବର ପାଇଥିଲା ପୁଲିସ । ଗତ କିଛି ଦିନ ଧରି ସେମାନେ ପୁଲିସ ନଜରରେ ରହିଥିଲେ । ଗତକାଲି ରାତିରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କ ସହ ଏକ ନମ୍ବର ବିହୀନ କାର୍ରେ ପଟାବାଲି ସାହି ସାଲୁଙ୍କି ବ୍ରିଜ୍ ନିକଟରେ ସନ୍ଦିଗ୍ଧ ଭାବେ ଅଟକି ଥିଲେ । ଏହି ସମୟରେ ପୁଲିସ ଚଢ଼ଉ କରିଥିଲା । ତେବେ ଚଢ଼ଉ ସମୟରେ ଦୁଇ ଜଣ ଯୁବକ ଖସି ପଳାଇବା ସକ୍ଷମ ହୋଇଥିଲେ । କିନ୍ତୁ ବାହାର ରାଜ୍ୟର ଦୁଇ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ କାବୁ କରିଥିଲା ପୁଲିସ । ସେମାନେ ବ୍ୟବହାର କରିଥିବା କାର୍, ଏକ ଗୁଳି ଭର୍ତ୍ତି ଦେଶୀ ପିସ୍ତଲ, ୬ଟି ଗୁଳି ଥିବା କ୍ୟାଟ୍ରିଜ୍, ଏକ ଛୁରି, ଦୁଇଟି ଲୁହାରଡ୍, ୩ଟି ସ୍ମାର୍ଟ ଫୋନ, ୫୩୪୦ ଟଙ୍କା ଥିବା ୨ଟି ମନିପର୍ସ ଜବତ କରିଥିଲା ।
Comments are closed, but trackbacks and pingbacks are open.