ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରବାର । ଲକ୍ଡାଉନ୍ ଓ ଅନ୍ଲକ୍ ବ୍ୟବସ୍ଥା ମଧ୍ୟରେ ବେଧଡ଼କ ଭାବରେ ଚାଲାଣ ହେଉଛି ଗଞ୍ଜେଇ । ଗଞ୍ଜେଇ ଚାଲାଣ ବେଳେ ଆଜି ସକାଳେ ତେନ୍ତୁଳିଖୁଣ୍ଟି ପୁଲିସ କାନ୍ଦରାଗୁଡ଼ା ଗ୍ରାମରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭଗବାନ ନାୟକ(୫୬) । ତା’ର ଘର କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅନ୍ତର୍ଗତ ବରଡଙ୍ଗା ଗାଁରେ ବୋଲି ସୂଚନା ମିଳିଛି । ଭଗବାନଠାରୁ ୧୫ କେଜି ଗଞ୍ଜେଇ, ଓଡି୦୮ଇ ୩୨୦୭ ନମ୍ବର ବିଶିଷ୍ଟ ବାଇକ୍ ଜବତ କରାଯାଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପାତ୍ରପୁଟ ଫାଣ୍ଡି ଅଧିକାରୀ ବଳଭଦ୍ର ମାଝୀ ଏବଂ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକଙ୍କ ନେତୃତ୍ୱରେ ତେନ୍ତୁଳିଖୁଣ୍ଟି ପୁଲିସ୍ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିଥିଲେ ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.