ବୈପାରିଗୁଡା,(ବି.ବି.ନୁ୍ୟଜ୍): ବୈପାରିଗୁଡା ବ୍ଲକ ରାମଗିରି ଫାଣ୍ଡି ପୁଲିସ ଆଜି ଏକ ବାଇକ ସହ ସାଢେ ୨୦କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ଗୁପ୍ତ ଡାର୍ଲି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମହେନ୍ଦ୍ରକୁମାର ସାହୁ ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁପ୍ତ ଆଜି ଚିପାପୁର ଅଞ୍ଚଳରୁ ଗୋରୁମାନଙ୍କୁ କୋଟପାଡକୁ ଚାଲାଣ କରୁଥିଲେ । ଗୋରୁଙ୍କ ପଛେପଛେ ଏକ ବାଇକ(ଓଆର ୧୦ଇ ୮୪୭୨)ରେ ସେ ଯାଉଥିବା ବେଳେ ରାମଗିରି ନିକଟ ଶିବାସୁନିଲ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା । ଚାଲାଣ କରାଯାଉଥିବା ଗୋରୁକୁ ଜବତ କରାଯାଇଥିଲା । ପରେ ତାଙ୍କ ବାଇକରେ ବନ୍ଧାଯାଇଥିବା ଏକ ଜରିବସ୍ତାରେ ଥିବା ଗଞ୍ଜେଇକୁ ଜବତ କରାଯାଇଥିଲା । ଓଜନ କରିବାରୁ ୨୦କିଲୋ ୫ଶହ ଗ୍ରାମ ଗଞ୍ଜେଇ ଥିବା ବୈପାରିଗୁଡା ଥାନା ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.