ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ଚାଲାଣ ମାମଲାରେ କୋଷାଗୁମୁଡା ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତା ଠାରୁ ୩୩ କେଜି ଗଞ୍ଜଇ ଜବତ ହୋଇଛି । ଅଭିଯୁକ୍ତ ହେଲା ଉକିଆପାଲ୍ଲୀ ଗାଁର ଦୁଲ୍ଲଭ ସମରିଥ ( ୩୫ ) । ସୂଚନା ଅନୁସାରେ , ଗତ ଶୁକ୍ରବାର ଭଇଁସାବେଡା ଅଞ୍ଚଳରେ ପୁଲିସର ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଦୁଲ୍ଲଭ ଏକ ଭାରରେ କିଛି ସାମଗ୍ରୀ ଧରି ଯାଉଥିଲା । ସନ୍ଦେହ ହେବାରୁ ପୁଲିସ ଏହାକୁ ଯାଞ୍ଚ କରିଥିଲା । ଯାଞ୍ଚବେଳେ ଭାରରୁ ଗଞ୍ଜେଇ ମିଳିଥିଲା । ପୁଲିସ ଏହାକୁ ଜବତ କରିବା ସହ ଦୁଲ୍ଲଭକୁ ଗିରଫ କରିଥିଲା । ଏ ନେଇ କୋଷାଗୁମୁଡା ଥାନାରେ ଏକ ମାମଲା ( ୪୦ ଜ୍ଝ ୨୦୨୧ ) ରୁଜୁ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons