ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ବୈପାରିଗୁଡା: ସ୍ଥାନୀୟ ପୁଲିସ ଚଢଉ କରି ଶୁକ୍ରବାର ଏଠାରେ ଏକ ବାଇକ୍ ସହ ୬୫ କିଲୋ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ଜଣେ ଗିରଫ ହୋଇଛି । ଅଭିଯୁକ୍ତ ହେଲା ଚନ୍ଦ୍ରପଡା ପଞ୍ଚାୟତ ଦୋରାଗୁଡାର ଦୈତାରୀ ହନ୍ତାଳ(୪୦) । ତାକୁ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଏକ ମାମଲା(୧୧୮/୨୦୨୧) ରୁଜୁ ହୋଇଛି । ଥାନା ଅଧିକାରୀ ଈଶ୍ୱର ତାଣ୍ଡିଙ୍କ ସୂଚନା ଅନୁସାରେ, ଦୈତାରୀ ଉକ୍ତ ବାଇକ୍ରେ ଗଞ୍ଜେଇ ଧରି ଯାଉଥିଲା । ଖବର ପାଇ ପୁଲିସ ତାକୁ ତାର ଗାଁ ପାଖରେ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚବେଳେ ଗଞ୍ଜେଇ ମିଳିଥିଲା ।

ରିପୋର୍ଟ ସରୋଜ କୁମାର ଲେଙ୍କାଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons