ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ପୁଲିସ ଚଢଉ କରି ଏଠାରେ ୪୭ କେଜି ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ବିହାରର ପାଟଣା ସାହେବ ରେଳ ଷ୍ଟେସନ୍ ଅଂଚଳର କହ୍ନେୟା କୁମାର(୨୬) ଓ ବିଟୁ କୁମାର(୧୯)ଙ୍କୁ ଗିରଫ କରାଯାଇଛି । ଏମାନଙ୍କଠାର ଗୋଟିଏ କାର୍ ସହ ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରୁ ବିହାରକୁ ଉକ୍ତ କାର୍(ବି.ଆର-୦୧-ପିଏଚ୍ ୧୧୧୦)ରେ ଗଞ୍ଜେଇ ଧରି କହ୍ନେୟା ଓ ବିଟୁ ଯାଉଥିଲେ । କୌଣସି ସୂତ୍ରରୁ ଏହି ଖବର ପୁଲିସକୁ ମିଳିଥିଲା । ନବରଙ୍ଗପୁର ସହରର ପ୍ରବେଶ ଦ୍ୱାର ଇନ୍ଦ୍ରାବତୀ ପୋଲ ନିକଟରେ କାର୍କୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚବେଳେ ଗାଡିରୁ ଗଞ୍ଜେଇ ମିଳିଥିଲା । ନବରଙ୍ଗପୁର ଥାନା ଅଧିକାରୀ ତାରେକ୍ ଅହମ୍ମଦଙ୍କ ନେତୃତ୍ୱରେ ଏସ୍ଆଇ ରାକେଶ କୁମାର ବେହେରା, କ୍ଷୀରସିନ୍ଧୁ ସାହୁ, ଏସ୍ଆଇ ଅଭିମନୁ୍ୟ ଦୁର୍ଗା, ଏଏସ୍ଆଇ ପ୍ରଭାକର ହରିଜନ, ହେମନ୍ତ ହରିଜନ, ହାବିଲଦାର୍ ଦୟାନିଧି ସାମନ୍ତରାୟ, ଅଶୋକ କୁମାର ଦେଓ କନେଷ୍ଟବଳ ବିଦ୍ୟାଧର ମାଳି ପ୍ରମୁଖ ଚଢଉ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons