ଗଞ୍ଜେଇ ମାଫିଆକୁ କାବୁ କଲା ପୋଲିସ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଲମତାପୁଟ ପୋଲିସକୁ ବଡ ସଫଳତା । ଶଗର ଅଞ୍ଚଳରୁ ଉତର ପ୍ରଦେଶ ଚୋରା ଚାଲଣ ବେଳେ ଦୁଇ ଗଞ୍ଜେଇ ମଫିଆଙ୍କୁ ମାଡ଼ି ବସିଲା ଲମତାପୁଟ ପୋଲିସ । ଏହାସହ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି ।
ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ଵାବଧାନରେ ଫାଣ୍ଡି ଅଧିକାରୀ ଲମତାପୁଟ ମୁଖ୍ୟ ବଜାରରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ଶଗର ଆଡୁ ଦ୍ରୁତ ଗତିରେ ଆସୁଥିବା ମାରୁତି କାରକୁ ଅଟକାଇ ଥିଲା ପୋଲିସ । ମାଫିଆମାନେ ଗାଡିକୁ ଅଟକାଇ ଥିଲେ ପୋଲିସ ଗାଡି ଯାଞ୍ଚ କରିବା ଆରମ୍ଭ କରିବା ସମୟରେ ମାଫିଆମାନେ ଧକ୍କା ଦେଇ ଦ୍ରୁତ ଗତିରେ କାରକୁ ନେଇ ଚାଲି ଯାଇଥିଲେ । ପୋଲିସ ଗଡିକୁ ପିଛା କରି ପ୍ରାୟ ୪ କିଲୋମିଟର ଦୂର କାଡାମ ଗ୍ରାମ ଛକ ନିକଟରେ ଗାଡିକୁ ଅଟକାଇବା ସହ ଦୁଇ ମଫିଆଙ୍କୁ କାବୁ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons