ଗଞ୍ଜେଇ ସହ ବୋଲେରୋ ଜବତ, ୨ ଗିରଫ

Get real time updates directly on you device, subscribe now.

ପାପଡାହାଣ୍ଡି: ପାପଡ଼ାହାଣ୍ଡି ପୁଲିସ୍ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସମେତ ଏକ ବୋଲେରୋ ଜବତ କରିଛି । ଏହି ବେପାରରେ ସମ୍ପୃକ୍ତି ଥିବା ନେଇ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ଜାହାଁଙ୍ଗିର ଅବଦୁଲ୍ଲ ଆଲମ୍ ଓ ଫିରୋଜ୍ ଆଲମ । ସେମାନଙ୍କଠୁ ବୋଲେରୋ ସହିତ ୬୪ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ୍ ଓ ୧ ହଜାର ଟଙ୍କା ଜବତ କରାଯାଇଛି । ଏମାନେ ଜୟପୁରଠାରୁ ଝାଡ଼ଖଣ୍ଡ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି । ଆଜି ମୈଦଲପୁର ଫାଣ୍ଡି ନିକଟରେ ଯାନବାହନ ଯାଞ୍ଚ୍ ଚାଲିଥିଲା । ନବରଙ୍ଗପୁର ଏସ୍ପି ପ୍ରହଲ୍ଲା ସାହି ମୀନାଙ୍କ ନିଦେ୍ର୍ଧଶକ୍ରମେ ପାପଡ଼ାହାଣ୍ଡି ଏସ୍ଡିପିଓ ଆଦିତ୍ୟସେନ ଓ ମୈଦଲପୁର ଫାଣ୍ଡି ଅଧିକାରୀ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons